ଓଡିଶା

“ଜ୍ୟୋତି କଳା ମନ୍ଦିର” ଓଡିଶୀ ସମ୍ମାନ ଉତ୍ସବ ପାଳିତ…

ଭୁବନେଶ୍ୱର : ଚାରିଟେବଲ୍ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “ଜ୍ୟୋତି କଳା ମନ୍ଦିର” ମୁଖ୍ୟାଳୟ କାଲିଫର୍ଣ୍ଣିଆ, ଆମେରିକାର ଓଡ଼ିଶା ଶାଖା ଲିଙ୍ଗିପୁର, ଭୁବନେଶ୍ୱରର ବାର୍ଷିକ ଉତ୍ସବ (ଓଡ଼ିଶୀ ସମ୍ମାନ) ଅନୁଷ୍ଠିତ ହୋଇଯାଇଛି । ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ (ଆଇଏଏସ୍), ଶ୍ରୀମତୀ ସୁଲତା ଦେଓ (ରାଜ୍ୟସଭା ସାଂସଦ), ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ (କାପୋକ୍) ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଗୁରୁ ଶ୍ରୀମତୀ ଚପଳା ମିଶ୍ର, ଗୁରୁ ସୁଶ୍ରୀ ବୀଣାପାଣି ନାୟକ, ଗୁରୁ ପ୍ରଫୁଲ୍ଲ କୁମାର ମଙ୍ଗରାଜଙ୍କୁ ଜ୍ୟୋତି କଳା ମନ୍ଦିର ଓଡ଼ିଶୀ ସମ୍ମାନ ଓ ଡା. ଶ୍ରୀନିବାସ ଘଟୁଆରୀଙ୍କୁ ଶ୍ରେଷ୍ଠ ସଂଯୋଜକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ ଫାଉଣ୍ଡର/ଡାଇରେକ୍ଟର ଗୁରୁ ଶ୍ରୀମତୀ ଜ୍ୟୋତି ରାଉତଙ୍କ ନିର୍ଦ୍ଦେଶନାରେ କୁନି କୁନି ପିଲାମାନଙ୍କ ଦ୍ୱାରା “ମଙ୍ଗଳାଚରଣ” ପରିବେଷିତ ହୋଇଥିଲା । କନିଷ୍ଠ ବର୍ଗର ଶିକ୍ପୀମାନଙ୍କ ଦ୍ୱାରା “ନ ଯା ଯମୁନା” ପରିବେଷଣ ହୋଇଥିଲା । ଏହା ବେଶ ଚିତାକର୍ଷକ ଥିଲା । ପରେ ଗୁରୁ ଶ୍ରୀମତୀ ଜ୍ୟୋତି ରାଉତଙ୍କ ଅନବଦ୍ୟ ସୃଷ୍ଟି  “ଦ୍ରୌପଦୀ” ବରିଷ୍ଠ ବର୍ଗର ଶିଳ୍ପୀମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା, ଯାହାର ବିଷୟ ଥିଲା “ନାରୀ ସଶକ୍ତିକରଣ” । ଏହାପରେ ମର୍ଦଳ ଗୁରୁ ଶ୍ରୀ ସଚ୍ଚିଦାନଦ ଦାସ ଏବଂ ତାଙ୍କ ସାଥିମାନଙ୍କ ଦ୍ଵାରା ଚମତ୍କାର ପରିବେଷଣ ହୋଇଥିଲା ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା