ଓଡିଶା

ରାଜ୍ୟରେ ନାହିଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ !

ନୂଆ ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା । ଅବାଧରେ ଭେଟୁଛନ୍ତି ଅଫିସର ଏବଂ ନେତା…

ରାଜ୍ୟରେ ଏବେ ଆରମ୍ଭ ହୋଇଛି ବିଜେପି ସରକାର । ଜୁନ୍ ୧୨ ତାରିଖରେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ । ଏହାରି ଭିତରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠିକଣା କେଉଁଠି ତାହାକୁ ନେଇ ଚର୍ଚ୍ଚା । କାରଣ ବିଗତ ୨୪ ବର୍ଷ ଧରି ନବୀନ ଶାସନ ଗାଦିରେ ବସି ଆସୁଥିବାବେଳେ ନବୀନ ନିବାସରୁ ହିଁ ଶାସନ ବ୍ୟବସ୍ଥା ସମ୍ଭାଳୁଥିଲେ । ଏପରିକି ତାଙ୍କ ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗଙ୍କ ଭଳି ମୁଖ୍ୟମନ୍ତ୍ରୀମାନେ ରାଜଭବନ ଏବଂ ଏଜି ସ୍କୋୟାର ମଧ୍ୟରେ ଅବସ୍ଥିତ ଏକ ସରକାରୀ କ୍ବାର୍ଟର୍ସରେ ରହୁଥିଲେ । ଏକଦା ଏହି ବାସଭବନ ପାୱାର କରିଡରର କେନ୍ଦ୍ରବିନ୍ଦୁ ଥିଲା । ମାତ୍ର ୨୦୦୦ ମସିହାରୁ ନବୀନ ଶାସନ ଗାଦିରେ ବସିବା ପରଠୁ ଏହି କ୍ବାର୍ଟର୍ସକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଥିଲେ ।

ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ରହିଥିବା ଏହି ସରକାରୀ ବାସଭବନ, ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷାରେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କ୍ବାର୍ଟର୍ସ ଖୋଜିବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ କକ୍ଷ ସହ କିଛି ଖାଲି କ୍ବାର୍ଟର୍ସକୁ ତାଲିକାଭୁକ୍ତ କରାଯାଇଛି । କ୍ବାର୍ଟର୍ସ ଚୟନ ହେବା ପରେ ଏହାର ନବୀକରଣ ସହ ଆବଶ୍ୟକ ସୁବିଧା ବ୍ୟବସ୍ଥା କରାଯିବ । ତେବେ ଏଥିପାଇଁ କିଛି ସମୟ ଲାଗିବ । ତେଣୁ ଉପଯୁକ୍ତ ଘର ମିଳିବା ଯାଏଁ ରାଜ୍ୟ ଅତିଥି ଭବନକୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅସ୍ଥାୟୀ ସରକାରୀ ବାସଭବନ ଭାବେ ପ୍ରସ୍ତୁତ କରାଯାଇଛି ।

ସେପଟେ ରାଜ୍ୟ ଅତିଥି ଭବନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠିକଣା ହେବାକ୍ଷଣି ଅବାଧରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ଅଫିସର ଏବଂ ନେତା । ପୁରୀରୁ ଫେରିବା ପରେ ରାଜ୍ୟ ଅତିଥି ଭବନରେ ସରକାରୀ ଅଧିକାରୀଙ୍କୁ ଡାକି ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନନଙ୍କ ସହ ଆଲୋଚନା କରୁଛନ୍ତି । ବିଧାନସଭା ସଚିବ ଦାଶରଥୀ ଶତପଥୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପରେ ଅନ୍ୟ ବିଭାଗର ସଚିବଙ୍କୁ ଡାକିପାରନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟ ଅତିଥି ଭବନରେ ବିଭିନ୍ନ ଦଳର ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା