ଓଡିଶା

ମନମୋହନ ମୁଖ୍ୟମନ୍ତ୍ରୀ, ନବୀନ ବିରୋଧୀ ଦଳର ନେତା !

ସମୟ କିଛି କ୍ଷଣର । କିଏ ହେବ ରାଜ୍ୟର ପ୍ରଥମ ଭାଜାପା ମୁଖ୍ୟମନ୍ତ୍ରୀ ସେ ନେଇ ସ୍ପଷ୍ଟ ସୂଚନା ମିଳିବ । ଆଜି  ଦୁଇ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପିନ୍ଦର ଯାଦବ ଓଡିଶାରେ ପହଞ୍ଚିବା ପରେ ବିଜେପି ବିଧାୟକ ଦଳ ବୈଠକ ବସିବ । ଏହି ବୈଠକରେ ବିଜେପି ନିଜର ଦଳର ମୁଖିଆଙ୍କ ନାମ ସ୍ପଷ୍ଟ କରିବ ବୋଲି ସୂଚନା ମିଳିଛି । ବିଧାୟକ ସୁରେଶ ପୂଜାରୀଙ୍କ ନାମ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ଏହାସହ ଉପ ମୁଖ୍ୟମନ୍ତ୍ରୀ ଆସନରେ ବିଧାୟକ ମୋହନ ଚରଣ ମାଝୀ ଏବଂ ଜୟ ନାରାୟଣ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ସେପଟେ କିଏ ହେବ ବିରୋଧୀ ଦଳର ନେତା ସେ ନେଇ ମଧ୍ୟ ଚାରିଆଡେ ଚର୍ଚ୍ଚା । ରାଜ୍ୟରେ ଏଥର ପଟ ପରିବର୍ତ୍ତନ ହୋଇଛି । ଦୀର୍ଘ ୨୪ ବର୍ଷ ଧରି ନବୀନ ଶାସନ ଗାଦିରେ ରହିଆସିଥିବାବେଳେ ଏଥର କିନ୍ତୁ ତାଙ୍କୁ ବିରୋଧୀ ଦଳର ଆସନରେ ବସିବାକୁ ପଡିବ । ତେବେ ନବୀନ ନିଜେ ବିରୋଧୀ ଦଳର ନେତା ହୁଅନ୍ତୁ ବୋଲି ଦଳର ବିଧାୟକ ଏବଂ ବରିଷ୍ଠ ନେତାମାନେ ପରାମର୍ଶ ଦେଉଥିବା ବିଶେଷ ସୂତ୍ରରୁ ଜଣାପଡିଛି । ମାତ୍ର ନବୀନ ଯଦି ବିରୋଧୀ ଦଳର ନେତା ହୁଅନ୍ତୁ ତେବେ ତାଙ୍କୁ ଗୃହରେ ପ୍ରତିଦିନ ଉପସ୍ଥାନ ଦେବାକୁ ପଡିବ । ନବୀନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୃହକୁ ନିୟମିତ ଆସୁନଥିଲେ । ଏଭଳି ସ୍ଥଳେ ନବୀନ ନିଜର ଅଭିଜ୍ଞ ଏବଂ ପୁରୁଖା ନେତା ଭାବେ ପ୍ରସନ୍ନ ଆଚାର୍ଯ୍ୟ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମଧ୍ୟରୁ ଜଣକୁ ବିରୋଧୀ ଦଳ ନେତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅପରପକ୍ଷେ କଂଗ୍ରେସ ମଧ୍ୟ ରାଜ୍ୟରେ ନିଜର ସ୍ଥିତିକୁ ଟିକେ ସୁଦୃଢ କରିଛି । ଏଥର କଂଗ୍ରେସ ସିଟ୍ ୯ରୁ ବଢି ୧୪ ହୋଇଛି । ହେଲେ କଂଗ୍ରେସ ବିଧାୟକ ଦଳର ନେତା କିଏ ହେବ ସେ ନେଇ ଆରମ୍ଭ ହୋଇଗଲାଣି ବିବାଦ । ତାରା ଏବଂ ସପ୍ତଗିରିଙ୍କ କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଲୋକସଭା ଆସନରେ ସପ୍ତଗିରି ନିଜର ସ୍ଥିତିକୁ ବଳବତ୍ତର ରଖିଥିବାବେଳେ କଂଗ୍ରେସ ପାଇଁ ଗୋଟିଏ ସିଟ୍ ଜିତି ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ସେପଟେ ୨୦୧୪ରୁ ଲଗାତାର ଭାବେ ତାରା ପ୍ରସାଦ ବାହିନୀପତି ଜୟପୁର ଆସନରୁ ବିଜୟ ହାସଲ କରିଆସୁଛନ୍ତି । ତେବେ ସପ୍ତଗିରି, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କ ନାଁ କଂଗ୍ରେସ ବିଧାୟକ ଦଳର ନେତା ପାଇଁ ସୁପାରିସ କରୁଥିବା ବେଳେ ଏହାକୁ କାଉଣ୍ଟର କରିଛନ୍ତି ତାରା । ଏଭଳି ସ୍ଥଳେ ରାଜ୍ୟବାସୀଙ୍କ ନଜର ବିଧାନସଭାର ପ୍ରଥମ ଅଧିବେଶନରେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା