ରଜ ସଜ କଲେକ୍ସନ ଅଫର୍, ସମସ୍ତ ଗହଣା ଗଢ଼ା ମଜୁରିରେ ୨୦% ପର୍ଯ୍ୟନ୍ତ ରିହାତି…

ଭୁବନେଶ୍ୱର, ୬/୧୦ : ରୁପା ଗହଣାର ଏକ୍ସକ୍ଲୁସିଭ୍ ସୋ’ରୁମ୍ ଚାନ୍ଦି ଭଣ୍ଡାର ରଜ ପର୍ବରେ ଆଣିଛି ‘ରଜ ସଜ’ କଲେକ୍ସନ । ଆଧୁନିକ ଡିଜାଇନ୍ ସହ ରୁପାର କାଳଜୟୀ ସୌନ୍ଦର୍ଯ୍ୟର ମିଶ୍ରଣଯୁକ୍ତ ଆକର୍ଷଣୀୟ ଗହଣା ସମ୍ଭାର ଏବଂ ଆସେସରିଜ୍ ସୋ’ରୁମ୍ ପକ୍ଷରୁ ଉପଲବ୍ଧ କରାଯାଇଛି । ‘ରଜ ସଜ’ କଲେକ୍ସନରେ ସୂକ୍ଷ୍ମ ତଥା ଚମତ୍କାର ଆଙ୍କଲେଟ୍ ରହିଛି । ଏହା ଉତ୍ସବ ପରିଧାନରେ ସୌନ୍ଦର୍ଯ୍ୟର ସ୍ପର୍ଶ ପ୍ରଦାନ କରିବ । ଏହି କଲେକ୍ସନରେ ମଧ୍ୟ ଭଳିକି ଭଳି କାନଫୁଲ ରହିଛି । ପାରମ୍ପରିକଠାରୁ ଆରମ୍ଭ କରି ସମସାମୟିକ ଡିଜାଇନ୍ ଏଥିରେ ଅଛି, ଯାହାକି ସମସ୍ତଙ୍କୁ ପସନ୍ଦ ଆସିବ । ଏ କଲେକ୍ସନରେ ଥିବା ଚମତ୍କାର ନେକ୍ଲେସ୍ ଉଭୟ ପାରମ୍ପରିକ ଏବଂ ଆଧୁନିକ ଆଉଟଫିଟ୍ ସହ ଖାପ ଖାଇବ । ଷ୍ଟେଟମେଣ୍ଟ ବ୍ରେସଲେଟ୍ ଅନନ୍ୟ ଲୁକ୍ ପ୍ରଦାନ କରିବ । ପ୍ରତ୍ୟେକ ପିସ୍ ଗହଣା ନାରୀଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବ ।
ଏ ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି ଯେ, ରଜ ପର୍ବର ଆଗମନ ସହ ଚାନ୍ଦି ଭଣ୍ଡାର ଏକ ସେଲିବ୍ରେଶନ୍ ଘୋଷଣା କରି ଆନନ୍ଦିତ, ଯାହାକି ସମସାମୟିକ ଯାତ୍ରା ସହ ପରମ୍ପରାକୁ ମିଶ୍ରଣ କରୁଛି । ଏହି ରଜରେ ଆମେ ପର୍ବର ପ୍ରକୃତ ଭାବକୁ ଜୀବନ୍ତ ରଖି ଏହାର ବ୍ୟାଖ୍ୟାକୁ ପୁନଃପରିଭାଷିତ କରୁଛୁ । ଆମର ସୂକ୍ଷ୍ମ ତଥା ନୂତନ ଆସେସରିଜ୍ ଓ ସେଲିବ୍ରେଶନ୍ର ଅଭିନବ ଉପାୟ ଚଳିତ ରଜରେ ଆହୁରି ରଙ୍ଗ ଏବଂ ଆନନ୍ଦ ଯୋଡ଼ିବ । ରଜର ଉତ୍ସାହକୁ ବଢ଼ାଇବା ପାଇଁ ଚାନ୍ଦି ଭଣ୍ଡାର ଏକ ସ୍ୱତନ୍ତ୍ର ଅଫର ଆଣିଛି । ଏହା ଅନ୍ତର୍ଗତ ଗ୍ରାହକ ଜୁନ୍ ୭ରୁ ୧୬ ପର୍ଯ୍ୟନ୍ତ ସମସ୍ତ ଗହଣାର ଗଢ଼ା ମଜୁରିରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ନିଆରା ଢ଼ଙ୍ଗରେ ରଜକୁ ପାଳନ କରିବା ପାଇଁ ତଥା ଆମ ମୂଲ୍ୟବାନ ଗ୍ରାହକଙ୍କୁ ସେମାନଙ୍କ ନିରନ୍ତର ସହଯୋଗ ଏବଂ ପୃଷ୍ଠପୋଷକତା ପାଇଁ କୃତଜ୍ଞତା ଜଣାଇବା ପାଇଁ ଏ ଅଫର ଅଣାଯାଇଛି ।