ମ୍ୟାଜିକ୍ ନମ୍ବର ପାର୍ କଲା ବିଜେପି । ରାଜ୍ୟରେ ୭୭ ଆସନରେ ଆଗୁଆ ବିଜେପି…

ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟଗଣତିରେ ରାଜ୍ୟରେ ଟ୍ରେଣ୍ଡ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ପଛରେ ପଡିଛି ବିଜେଡି । ୧୪୭ ବିଧାନସଭା ଆସନରୁ ୧୪୫ ବିଧାନସଭା କ୍ଷେତ୍ରର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ତା ଭିତରୁ ୭୭ଟି ସିଟରେ ଆଗୁଆ ରହିଛି ବିଜେପି । ସେହିପରି ୫୩ଟି ଆସନରେ ବିଜେଡି ପ୍ରାର୍ଥୀ ଏବଂ ୧୨ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି । ଘଷିପୁରା ଆସନରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ରହିଛନ୍ତି । ସେହିପରି ବଡମ୍ବା ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ଆଗୁଆ ରହିଛନ୍ତି । ଅପରପକ୍ଷେ ବଣାଇରେ ସିପିଆଇ(ଏମ୍) ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡ ଆଗରେ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍ ନମ୍ବର ଛୁଇଁଛି ବିଜେପି । ଓଡିଶାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୭୪ ଥିବାବେଳେ, ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ୭୭ ଆସନରେ ଆଗୁଆ ରହିଛି ।