ଓଡିଶା

ରାଜ୍ୟରେ ବିଜେପି ୩୮ ଆସନରେ ଆଗୁଆ…

କିଏ ଗଢିବ ସରକାର ଏବଂ କିଏ ତୁଲାଇବ ବିରୋଧୀ ଭୂମିକା, ତାହାର ଫଇସଲା ଆଜି ହେବ । ଆଜି ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ଆସିବ । ଦେଶରେ ଏପ୍ରିଲ ୧୯ରୁ ଜୁନ ୧ ତାରିଖ, ମୋଟ ୪୪ ଦିନରେ ୭ଟି ପର୍ଯ୍ୟାୟରେ ହେଇଥିବା ଭୋଟଗ୍ରହଣ ହୋଇଥବାବେଳେ ଓଡିଶାରେ ୪ଟି ପର୍ଯ୍ୟାୟରେ ଭୋଟଦାନ ହୋଇଥଲା । ଆଜି ଜୁନ ୪ ତାରିଖରେ ଭୋଟ ଗଣତି ହେଉଛି ।

ଭୋଟ୍ ଗଣତି ପାଇଁ ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ମୋଟ ୭୦ଟି ଭୋଟଗଣତି କେନ୍ଦ୍ର ସ୍ଥାପନ କରାଯାଇଛି । ଏସବୁ କେନ୍ଦ୍ରରେ ବିଧାନସଭା ନିମନ୍ତେ ୧୭୯୯ଟି ଗଣନା ଟେବୁଲ ଓ ଲୋକସଭା ପାଇଁ ୧୭୯୦ଟି ମୋଟ୍ ୩୫୮୯ଟି ଟେବୁଲରେ ଏହି ଗଣତି ହେବ । ରାଜ୍ୟର ପ୍ରାୟ ଅଢ଼େଇ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିବାବେଳେ ଏଥର ପୁରୁଷଙ୍କ ତୁଳନାରେ ୨ ପ୍ରତିଶତରୁ ଅଧିକ ମହିଳା ଭୋଟ୍ ଦେଇଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଓଡିଶାରେ ଏଥର ବିଜେଡି ନିଜର ଶାସନ ବଜାୟ ରଖୁଛି, ନା ପଦ୍ମ ଫୁଟୁଛି ତାହା ଉପରେ ରହିଛି ସମସ୍ତଙ୍କର ନଜର । ଅନ୍ୟପଟେ କଂଗ୍ରେସ ମଧ୍ୟ ଏଥର ନିର୍ବାଚନରେ କେତେ ସିଟ୍ ହାତେଉଛି, ତାହା ଉପରେ ମଧ୍ୟ ସମସ୍ତଙ୍କର ଫୋକସ୍ ରହିଛି ।

ଇଲେକ୍ସନ କମିଶନ୍ ୱେବସାଇଟର ଗଣନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ବିଧାନସଭାରେ ବିଜେପି ୩୮ଟି, ବିଜେଡି ୨୩ଟି, କଂଗ୍ରେସ ୫ଟି,କଂଗ୍ରେସ ୫ଟି, ସିପିଆଇଏମ୍ ୧ଟି ଏବଂ ସ୍ବାଧୀନ ପ୍ରାର୍ଥୀ ୧ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ଦେଶରେ ଲୋକସଭା କ୍ଷେତ୍ରରେ ବିଜେପି ୨୧୬ ଆସନରେ ଆଗୁଆ ରହିଥିବାବେଳେ, ସୁରତ ଆସନରୁ ବିଜୟ ହାସଲ କରିଥବା ସୂଚନା ରହିଛି । ଅନ୍ୟପଟେ କଂଗ୍ରେସ ୭୮ ଆସନରେ ଆଗୁଆ ରହିଥିବାର ସୂଚନା ରହିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା