ଓଡିଶା ଯ଼ୋଗାଯ଼ୋଗ

ଅଲ୍ ଟାଇମ୍ ଫିଟନେସ୍ ଜିମ୍ ପକ୍ଷରୁ ଷ୍ଟୁଡିଓ ଲଞ୍ଚ୍‌…

ଭୁବନେଶ୍ୱର, ୩/୦୬ : ଭୁବନେଶ୍ୱରସ୍ଥିତ ପଟିଆ-ଇନଫୋସିସ୍ ରୋଡରେ ଥିବା ଅଲ୍ ଟାଇମ୍ ଫିଟନେସ୍ (ଏଟିଏଫ୍‌) ଜିମ୍ ପକ୍ଷରୁ ଏକ ଷ୍ଟୁଡିଓ ଲଞ୍ଚ୍ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିଷ୍ଟର୍ ୱାର୍ଲ୍ଡ, ମିଷ୍ଟର୍ ଏସିଆ ବିଜେତା ୟତୀନ୍ଦର ସିଂହ, ଏଟିଏଫର ଫାଉଣ୍ଡର୍ ବିଜନ ବାରିକ ଓ ସୋନି ଶତପଥି ପ୍ରମୁଖ ଯୋଗ ଦେଇଥିଲେ । ଭୁବନେଶ୍ୱରରେ ଅଲ୍ ଟାଇମ୍ ଫିଟନେସ୍‌ର ୪ଟି ସେଣ୍ଟର ରହିଛି । ଲଞ୍ଚ ହୋଇଥିବା ଏହି ଷ୍ଟୁଡିଓରେ ଜୁମ୍ବା, ନାଚ, କିକବକ୍ସିଂ, ଫ୍ଲେକ୍ସ, କ୍ରସଫିଟ୍‌, ଏମ୍‌ଏମ୍‌ଏ, ଯୋଗ, ଓକ୍ସି ର୍ବା, ଷ୍ଟେର୍ପ, ଟ୍ରାମ୍ପୋଲିନ୍‌, ଏଟିଏକ୍ସ, ପିଲାଟିସ୍‌, ଆଣ୍ଟି ଗ୍ରାଭିଟଯୋଗ, ଏରୋବିକ୍ସ ଓ ପାୱାର ଯୋଗ କରିବାର ସୁବିଧା ରହିଛି । ଶିଶୁମାନଙ୍କ ପାଇଁ ହିପହପ୍‌, ହାଉସ୍‌, ବଲିଉଡ୍‌, ଫ୍ରିଷ୍ଟାଇଲ୍‌, କଣ୍ଟେମ୍ପୋରାରୀ ଓ ସେମି କ୍ଲାସିକାଲ୍ ଡ୍ୟାନ୍ସ ଭଳି ସୁବିଧା ମଧ୍ୟ ରହିଛି । ଏହି ଷ୍ଟୁଡିଓର ମେମ୍ବରସିପ୍ ୧୫ଠଠ ଟଙ୍କାରୁ ଆରମ୍ଭ ବୋଲି ଫାଉଣ୍ଡର୍ ଶ୍ରୀ ବାରିକ ମତ ଦେଇଛନ୍ତି । ଆଥଲେଟିକ୍ ଓ ଅସମର୍ଥ ଲୋକଙ୍କ ପାଇଁ ମେମ୍ବରସିପ୍ ଫ୍ରି ରହିଛି । ଏହାର ଲକ୍ଷ୍ୟ ସମଗ୍ର ଦେଶରେ ଜିମ୍ ଖୋଲି ସବୁଠାରେ ଅନୁପ୍ରେରଣା ଦେବା । ଏଟିଏଫ୍ ତା’ର ଫ୍ରାଞ୍ଚାଇଜ୍ ଯୋଜନା ୨୫ ଲକ୍ଷରୁ ଆରମ୍ଭ କରିଛି । ଆଗାମୀ ଦିନରେ ହରିଆଣାର ଗୁରୁଗ୍ରାମରେ ୨ଟି ଫିଟନେସର ଫ୍ରାଞ୍ଚାଇଜ୍ ଲଞ୍ଚ କରିବ ବୋଲି ଘୋଷଣା କରିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା