ସହିଦ୍ ଯବାନ ଚୈତନ୍ୟ ଶବରଙ୍କ ପରିବାରକୁ ଆର୍ଥିକ ସହାୟତା…

ନୂଆପଡ଼ା, ୩୧/୦୫ : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅଧିନସ୍ଥ ରୋକାଳ ଗ୍ରାମ ପଞ୍ଚାୟତ କ୍ଷୀରମାଲ୍ ଗାଁର ସି ଆର୍ ପି ଏଫ ଯବାନଙ୍କ ପରିବାରକୁ ନୂଆପଡ଼ା ଜିଲ୍ଲା ଡିଫେନ୍ସ ବିଭାଗର ଯବାନମାନେ ଏକତ୍ରିତ ହୋଇ ନଗଦ ଷାଠିଏ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଛନ୍ତି । ଏହାସହ ସହିଦ୍ ଯବାନଙ୍କ ପରିବାରକୁ ସମବେଦନା ଜଣାଇ ଯେକୌଣସି ସମୟରେ ସୁବିଧା ଅସୁବିଧା ହେଲେ ଆମେ ଆପଣଙ୍କ ପରିବାର ସହିତ ଅଛୁ ବୋଳି ଆଶ୍ୱସନା ଦେଇଛନ୍ତି । ସହିଦ୍ ଯବାନଙ୍କ ଦଶାହ କାର୍ଯ୍ୟରେ ଭଜନ ଶବର, କିରଣ ସିଂ ମାଝୀ, ଝୁପିତାମ୍ବର ବାଗ, ରାଜୁ କୁମାର ବେହେରା, ବେଣୁଧର ଶବର, ଲକ୍ଷ୍ମୀ ନାରାୟଣ ମାଝୀ, ସଞ୍ଜୟ ଯଦୁବଂଶୀ, ମୋହିତ ଶବର, ସ୍ୱେତରଞ୍ଜନ ମାଝୀ, ପୁରୁଷୋତ୍ତମ କୈବର୍ତ୍ତ, ରୋହିତ କୁମାର ଶବର ପ୍ରମୁଖ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ ସହିଦ୍ ଚୈତନ୍ୟ ଶବର ଗତ ୨୦ ତାରିଖ ଦିନ ସି ଆର୍ ପି ଏଫ୍ ୨୧୬ ବାଟାଲିୟନରେ କାର୍ଯ୍ୟରତ ଥିବା ସମୟରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।