ଓଡିଶା

ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ…

ଗଜପତି, ୨୮/୦୫ : ଗଜପତି ଜିଲ୍ଲାର ରାୟଗଡ ବ୍ଳକର ଲାଇଲାଇ ପଞ୍ଚାୟତର ବିଷମପାଡି ଗ୍ରାମବାସୀ ଓ ଏସ କରଡାସିଂ ଗ୍ରାମ ପଞ୍ଚାୟତର ଏ କରଣ ସାହି ଗ୍ରାମ ବାସିନ୍ଦା ରାସ୍ତା ଏବଂ ପାଣି ସମସ୍ୟାକୁ ନେଇ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଥାଉ କି ଏସ କରଡାସିଂ ପଞ୍ଚାୟତ ଅନ୍ତର୍ଗତ ଏ କରଣ ସାହି ଗ୍ରାମକୁ ପକ୍କା ରାସ୍ତା ନ ଥିବା ଯୋଗୁଁ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି । ଛାତ୍ର ଛାତ୍ରୀମାନେ ସ୍କୁଲ କଲେଜ ଯିବାଆସିବା, ରୋଗୀ ଓ ଗର୍ଭବତୀ ମାଆ ମାନେ ସୁବିଧାରେ ମେଡ଼ିକାଲକୁ ଯାଇପାରୁ ନାହାନ୍ତି । ଏହି ଗ୍ରାମକୁ ମାଟି ରାସ୍ତା ହୋଇ ଥିବା ବେଳେ ଅବାପୁର ଠାରୁ ବସାଆମ୍ବା ପର୍ଯ୍ୟନ୍ତ ଏକ ସଡକ ପଥ ନିର୍ମାଣ କରାଯିବା ପାଇଁ ଦାବୀ କରିଛନ୍ତି । ରାସ୍ତା ନିର୍ମାଣ ହେଲେ ଏହି ଅଞ୍ଚଳର ୧୫୦୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପକୃତ ହୋଇ ପାରିବେ ବୋଲି କୁହାଯାଇଛି । ସେହିପରି ପାନୀୟଜଳ ଓ ରାସ୍ତା ସମସ୍ୟା ନେଇ ଲାଇଲାଇ ପଞ୍ଚାୟତର ବିଷମପାଡି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ପକ୍କାରାସ୍ତା ଓ ପାନୀୟ ଜଳ ନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା