କଠିନ ଅଧ୍ୟବସାୟ ସଫଳତାର ଚାବିକାଠି…

ବାଜିରାଓ ଆଇଏଏସ ଏକାଡ଼େମୀ ପକ୍ଷରୁ “ଟକ୍ ଟୁ ଟପ୍ପର” ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୟୁପିଏସ୍ସି-୨୦୨୩ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଓଡ଼ିଶାର ଅନିମେଶ ପ୍ରଧାନ ଉପସ୍ଥିତ ରହି ୟୁପିଏସ୍ସି ଆଶାୟୀ ମାନଙ୍କୁ ଆଇଏଏସ୍ ପରୀକ୍ଷା ପାଇଁ କରିଥିବା ନିଜର ପ୍ରସ୍ତୁତି କୌଶଳ ସମ୍ବନ୍ଧରେ ବିସ୍ତାର ଭାବେ ବୁଝାଇଥିଲେ । ୟୁପିଏସ୍ସି ପରୀକ୍ଷା ପାଇଁ ନିରନ୍ତର ପ୍ରୟାସ, ଉତ୍ସର୍ଗୀକୃତ ମନୋଭାବ ଓ କଠିନ ଅଧ୍ୟବସାୟ ଜରୁରୀ ବୋଲି କହିଥିଲେ ଅନିମେଶ । ଆଗାମୀ ବର୍ଷରେ ଓଡ଼ିଶାରୁ କେହି ଆଇଏଏସ୍ ଟପ୍ପର ହେଲେ ସେ ସବୁଠାରୁ ଅଧିକ ଖୁସି ହେବେ ବୋଲି କହିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
କାର୍ଯ୍ୟକ୍ରମରେ ଅନିମେଶଙ୍କୁ ଏକାଡ଼େମୀର ପ୍ରତିଷ୍ଠାତା ନିଦେ୍ର୍ଦଶକ ଦିଲ୍ଲୀପ କୁମାର ସମ୍ବର୍ଦ୍ଧିତ କରିବା ସହିତ ୟୁପିଏସ୍ସି ପରୀକ୍ଷାର ସଫଳତା ପ୍ରାପ୍ତି ନିମନ୍ତେ ଉପଯୁକ୍ତ ମାର୍ଗଦର୍ଶନ, ଅନୁଭବୀ ପରାମର୍ଶଦାତା ଓ ପ୍ରଯୁଜ୍ୟ ଷ୍ଟଡ଼ି ମ୍ୟାଟେରିଆଲ୍ ଓ କଠିନ ପରିଶ୍ରମର ବିକଳ୍ପ ନାହିଁ ବୋଲି ଦର୍ଶାଇଥିଲେ । ବାଜିରାଓ ଆଇଏଏସ୍ ଏକାଡ଼େମୀ ଓଡ଼ିଶା ମାଟିରୁ ଅଧିକରୁ ଅଧିକ ସିଭିଲ୍ ସରଭ୍ୟାଣ୍ଟ ସୃଷ୍ଟି କରିବା ନିମନ୍ତେ ଏହାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବା ନିମନ୍ତେ ପ୍ରତିଶୃତିବଦ୍ଧ । ଏହି ଆଲୋଚନାଚକ୍ରକୁ ଅନୁଷ୍ଠାନର ସିଇଓ ଶ୍ରୀ ଶୁଭ୍ରାଂଶୁ ଶେଖର ଓଝା ପରିଚାଳନା କରିଥିଲେ ।