ରତ୍ନ ଭଣ୍ଡାର ଚାବି ତାମିଲନାଡୁ ପଳାଇଛି: ମୋଦୀ

ଅନୁଗୋଳ ପରେ କଟକରେ ବିଶାଳ ଜନସଭାକୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ଓଡିଆରେ ଜନସଭାକୁ ସମ୍ବୋଧନ କରିବା ସହ କହିଛନ୍ତି, ‘ମା କଟକଚଣ୍ଡୀ, ମା ଭଗବତୀ, ମହାପ୍ରଭୁ ନୀଳମାଧବଙ୍କ ଏହି ପବିତ୍ର ମାଟିରେ ପହଞ୍ଚି ମୋ ଜୀବନ ଧନ୍ୟ ହୋଇଛି । ବିଜେଡି ଓଡିଶାକୁ କଣ ଦେଇଛି ବୋଲି ପ୍ରଶ୍ନ କରିବା ସହିତ ମୋଦୀ କହିଛନ୍ତି ଯେ, ବିଜେଡି ଓଡିଶାକୁ କେବଳ ଦେଇଛି ବାଲି ମାଫିଆ, କୋଇଲା ମାଫିଆ, ଖଣି ମାଫିଆ ଆଦି ମାଫିଆରାଜ୍ । ଓଡିଶାରେ ଯଥେଷ୍ଟ ଭିତ୍ତିଭୂମି ଥାଇ ସୁଦ୍ଧା ଏଠି ରୋଜଗାରର ସୁଯୋଗ କାହିଁକି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।
ମୋଦୀ ସରକାର ହେବା ଦିନରୁ ଓଡିଶାର ବିକାଶ ପାଇଁ ରେକର୍ଡ ସଂଖ୍ୟକ ପଇସା ଦେଇଛି । କଂଗ୍ରେସ ସମୟରେ ଓଡିଶାକୁ ୫୦୦୦ କୋଟି ମିଳୁଥିବାବେଳେ ବିଜେପି ସରକାର ୫୦ ହଜାର କୋଟିର ବିନିଯୋଗ ଦେଇଛି । ଅପରପକ୍ଷେ ରତ୍ନ ଭଣ୍ଡାର ଚାବି ତାମିଲନାଡୁ ପଳାଇଛି ବୋଲି ଶାଣିତ ଇଙ୍ଗିତ କରିଛନ୍ତି ମୋଦୀ । ତେବେ ଓଡିଶାବାସୀ ଆଶ୍ବସ୍ତ ରହନ୍ତୁ, ମୋଦୀ ସରକାରଙ୍କ ଆଗମନରେ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ଖୁଲାସା ହେବ ବୋଲି କହିଛନ୍ତି ମୋଦୀ ।
ଜନସଭାରେ ଏତେ ସଂଖ୍ୟ ପ୍ରଶଂସକଙ୍କୁ ଦେଖିବା ପରେ ସେ ନିଶ୍ଚିତ ଯେ, ୨୫ ବର୍ଷ ପରେ ଓଡିଶା ନୂଆ ଇତିହାସ ରଚିବାକୁ ଯାଉଛି । ଓଡିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏହାସହ କଟକବାସୀଙ୍କ ଆଶୀର୍ବାଦରୁ ତୃତୀୟଥର ପାଇଁ ଜୁନ୍ ୧୦ରେ ମୋଦୀ ପୁଣି ଦିଲ୍ଲୀରେ ଶପଥ ନେବ, ଏହା ଧାର୍ଯ୍ୟ’ । ଏହାପରେ କଟକର ଗାରିମା ବଖାଣିଛନ୍ତି ମୋଦୀ ।