ଓଡିଶା

ପଶୁ ସମ୍ପଦ ବିଭାଗର ଲାଇଭ୍ ଷ୍ଟକ୍ ବୀମା ଯୋଜନା କାହାସ୍ବାର୍ଥରେ…

ହିନ୍ଦୋଳ, ୧୬/୫ : ରାଜ୍ୟ ସରକାରଙ୍କ ବେପରୁଆ ନୀତି ଯୋଗୁଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଲାଇଭ ଷ୍ଟକ୍ ବୀମା ଯୋଜନାରେ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ କରା ଯାଉଥିବା ବୀମାJ ସଠିକ୍ ପରିଚାଳନା ହେଉ ନଥିବାରୁ ଜଣେ ଗୋରୁ ଚାଷୀ ବହୁ ମାତ୍ରରେ କ୍ଷତିଗ୍ରସ୍ତ ହୋଇଛନ୍ତି । ହିନ୍ଦୋଳ ବ୍ଲକ ବାଉଁଶ ପୋଖରୀ ପଞ୍ଚାୟତ ନୁଆକୋଟ ଡିହସାହି ଗ୍ରାମର ଗୋରୁ ଚାଷୀ କ୍ଷେତ୍ରବାସୀ ବେହେରା ପ୍ରାୟ ତିନି ବର୍ଷ ପୂର୍ବେ ୩୦ ହଜାର ଟଙ୍କା ମୂଲ୍ୟର ଏକ ଗିର ପ୍ରଜାତିର ଗାଈ କ୍ରୟ କରି ପାଳନ କରି ଆସୁଥିଲେ । ବିଭିନ୍ନ ସମୟରେ ହିନ୍ଦୋଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟର ଜନୈକ ଏଲ୍ ଆଇ ଷ୍ଟାଫ୍ ଗୋପାଳକ କ୍ଷେତ୍ରବାସୀଙ୍କ ଅନ୍ୟାନ୍ୟ ଗାଈ ଗୋରୁଙ୍କ ସହିତ ଉକ୍ତ ଗାଇଟିର ଲାଇଭ ଷ୍ଟକ୍ ବୀମା କରାଇଥିଲେ । ବୀମା ବାବଦ ପ୍ରତ୍ୟେକ ବର୍ଷ ଆଧାର କାର୍ଡ ସହିତ ଉଚିତ୍ ପ୍ରାପ୍ୟ ବୀମା ରାଶି ନେଇଥାନ୍ତି । ମାତ୍ର ଏବେ କୌଣସି କାରଣରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେ ବୀମା ରାଶି ନେଇ ନାହାନ୍ତି । ତେବେ କ୍ଷେତ୍ରବାସୀଙ୍କ ଗାଇ କୌଣସି କାରଣରୁ ଅସୁସ୍ଥ ହୋଇ ପଡ଼ିବାରୁ ସେ ବିଭାଗର ଜଣେ ଷ୍ଟାଫଙ୍କ ସହାୟତାରେ ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗାଇଟି ମୃତ୍ୟୁ ବରଣ କରିଥିଲା । ଉପାୟ ଶୂନ୍ୟ ହୋଇ କ୍ଷେତ୍ରବାସୀ ଦୁଃଖରେ ଭାଙ୍ଗି ପଡ଼ିବା ସତ୍ତ୍ଵେ ଫୋନ୍ ଯୋଗେ ବିଭାଗୀୟ ଏଲଆଇ, ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ବୀମା ରାଶି ସଂକ୍ରାନ୍ତରେ ପରାମର୍ଶ ଲୋଡ଼ିଥିଲେ । ତେବେ ଉଭୟ ଅଧିକାରୀ ଓ ଏଲଆଇଙ୍କ ସହାୟତା ରାଶି ପାଇବା ସଂକ୍ରାନ୍ତୀୟ ପରାମର୍ଶ ତାଙ୍କୁ ନିରୁତ୍ସାହିତ କରିଛି । ଏଠି ପ୍ରଶ୍ନ ଉଠୁଛି ଯେ, ଜଣେ ଚାଷୀ ବର୍ଷକୁ ବର୍ଷ ପ୍ରିମିୟମ ଦେବା ପରେ ଯଦି କୌଣସି କାରଣରୁ ବିଭାଗୀୟ ଅବହେଳା ଯୋଗୁଁ କିମ୍ବା ସରକାରୀ ନିର୍ଦ୍ଦେଶନାମା ବିଳମ୍ବ ହୁଏ ତେବେ ଉକ୍ତ ସମୟ ମଧ୍ୟରେ ଯଦି ଚାଷିଟି ତାର ଗୋରୁ ଛେଳି ମେଣ୍ଢା ଆଦି ହରାଇ ବସେ ତେବେ ତାଙ୍କୁ କ୍ଷତି ପୂରଣ ଦେବ କିଏ ? କ୍ଷେତ୍ରବାସୀଙ୍କ କ୍ଷେତ୍ରରେ ଏହିଭଳି ଘଟଣା ଘଟି ଯାଇଛି।  ସୂଚନା ଯୋଗ୍ୟ ଯେ ଚାଷୀ ପ୍ରତି ବର୍ଷ ଫାଟୁଆ ରୋଗରେ ଆକ୍ରାନ୍ତ ଗାଈଗୋରୁଙ୍କ ପାଇଁ ବାହାରୁ ଔଷଧ କିଣି କିଣି ନୟାନ୍ତ ହେଉଥିବାବେଳେ ସରକାରୀ ସ୍ତରରେ ଭ୍ୟlକ୍ସିନ୍ ମିଳୁ ନାହିଁ । ଏଠିସହ ଉପଖଣ୍ଡ ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଏବେ ଆଉ କୌଣସି ଔଷଧ ମିଳୁ ନଥିବାରୁ ଗରିବ ଚାଷୀମାନେ ହତାଶ ହୋଇ ପଡ଼ିଛନ୍ତି । ଉପଖଣ୍ଡରେ ୧୭ ଜଣ ଏଲ ଆଇ ଷ୍ଟାଫଙ୍କ ସ୍ଥାନରେ ଅଛନ୍ତି ମାତ୍ର ୬ ଜଣ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ସମସ୍ତ ସମସ୍ୟାଗୁଡ଼ିକ ପ୍ରତି ଯତ୍ନବାନ ହେବାକୁ ଏଠାକାର ସମସ୍ତ ପ୍ରାଣୀ ଚାଷୀ ଦୃଢ଼ ଦାବି କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା