ପୋଲିସ ସାମ୍ନାରେ ପ୍ରଦୀପଙ୍କୁ ପିଟିଲେ ଶିବଶଙ୍କର…

ପୋଲିସ ସାମ୍ନାରେ ପ୍ରଦୀପଙ୍କୁ ପିଟିଲେ ଶିବଶଙ୍କର। ପ୍ରଦୀପ ପାଣଗ୍ରାହୀଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ । ଗୋଷାଣୀ ନୂଆଗାଁରେ ସରକାରୀ ଉତ୍କଳ ମଣି ହାଇସ୍କୁଲ ସ୍ଥିତ 133 ଓ 134 ନମ୍ବର ବୁଥରେ ଘଟିଛି ଘଟଣା । ବୁଥ ସମ୍ମୁଖରେ ଠିଆ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ, ପୋଲିସ ସହ ଆଲୋଚନା କରୁଥିଲେ । ଏହି ସମୟରେ ଶିବ ଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ । କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ସହ ଆକ୍ରମଣ ହୋଇଥିଲା।
ପରେ ଦୁହିଁଙ୍କ ମଧ୍ୟରେ ହାତାହାତି ହୋଇଥିଲା । ପରେ ପ୍ରଦୀପଙ୍କୁ ଶିବଶଙ୍କର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ପ୍ରଦୀପ ଏବେ ଏମ.କେ.ସି.ଜି ମେଡିକାଲରେ ଭର୍ତ୍ତି ଅଛନ୍ତି ।
ଶିବଶଙ୍କର ଦାସ ହେଉଛନ୍ତି ବ୍ରହ୍ମପୁର ବିଧାନସଭାର ସ୍ଵାଧୀନ ପ୍ରାର୍ଥୀ । ପ୍ରଦୀପ ହେଉଛନ୍ତି ବ୍ରହ୍ମପୁର ଲୋକସଭାର ବିଜେପି ପ୍ରାର୍ଥୀ।