ଓଡିଶା

ବିଜେଡି ଛାଡିବ ଶହେ ୟୁନିଟ୍‌; ବିଜେପି ଆଦୌ ନେବନି ବିଦ୍ୟୁତ୍ ବିଲ୍…

୫ ବର୍ଷ ହେଲା ଶାସନ ବ୍ୟବସ୍ଥାକୁ ହାଇଜାକ୍‌ କରାଯାଇଛି: ସାଂସଦ ଷଡଙ୍ଗୀ

ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ନେତା । ଏହି ଅବସରରେ ଅପରାଜିତା କହିଛନ୍ତି ଯେ ଏଥର ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଛି । ନେତା ବାଛିବାକୁ ଯାଉଛୁ ନା କ୍ରୀତଦାସ ବାଛିବାକୁ ଯାଉଛୁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ବିଜେଡି ନିଜ ନିର୍ବାଚନୀ ଘୋଷଣାପତ୍ରରେ ଆସନ୍ତା ଜୁଲାଇ ମାସରୁ ଉପଭୋକ୍ତାଙ୍କ ନିକଟରୁ ଶହେ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଦେବାକୁ ଘୋଷଣା କରିଛି । କିନ୍ତୁ ବିଜେପି ଆଦୌ ବିଦ୍ୟୁତ୍‌ ବିଲ୍‌ ନେବ ନାହିଁ ବୋଲି ଘୋଷଣାପତ୍ରରେ କହି ସାରିଥିବା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏଥିପାଇଁ ସମସ୍ତଙ୍କ ଘର ଉପରେ ସୋଲାର ପ୍ୟାନେଲ ବସାଯିବ । ତେବେ ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଦରକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଅପରାଜିତା ।

ଏଥିସହ ଶ୍ରୀମନ୍ଦିର ପରିକଳ୍ପନା ପ୍ରୋଜେକ୍ଟକୁ ନେଇ ମଧ୍ୟ ବିଜେଡିକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ । ରାଜ୍ୟ ରାଜକୋଷରୁ ୪ ହଜାର ୨ ଶହ କୋଟି ଟଙ୍କାର ବ୍ୟୟକୁ ସାର୍ବଜନୀନ କରିବାକୁ ଦାବି କରିଛି ବିଜେପି । ଅପରପକ୍ଷେ ଦକ୍ଷିଣ ଭାରତୀୟ ସଂସ୍ଥା ଭୂମିପୁତ୍ରକୁ ଏହି ପ୍ରକଳ୍ପର ଡିଜାଇନ କରିବାକୁ ଦିଆଯାଇଥିଲା । କେଉଁ ପରିପ୍ରେକ୍ଷୀରେ ଏହି ପ୍ରକଳ୍ପର ଡିଜାଇନ ଭୂମିପୁତ୍ରକୁ ଦିଆଗଲା ବୋଲି ସିଧା ସାନବାବୁଙ୍କୁ ପ୍ରଶ୍ନ କରିଛନ୍ତି ଅପରାଜିତା । ଗୋଟେପଟେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପାଇଁ ୧୪ ଶହ କୋଟି ଖର୍ଚ୍ଚ ହୋଇଛି । ତାହା ପୁଣି ଦାନସୂତ୍ରରେ ମିଳିଛି । ତେଣୁ ଭୁଲ ଡିପିଆର ପ୍ରସଙ୍ଗ ଉପରେ ଟିପ୍ପଣୀ ଦେବା ସହ ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପର ହିସାବ ମାଗିଛି ବିଜେପି । ଅପରପକ୍ଷେ ଓଡିଶାର ସଂସ୍କତି ଓ ପରମ୍ପରାର ପ୍ରତୀକ ଏମାର ମଠ, ରଘୁନନ୍ଦନ ଲାଇବ୍ରେରୀ, ଗୁରୁ ନାନକ ମଠକୁ ଭାଙ୍ଗିବା ପ୍ରସଙ୍ଗରେ, ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ଉପରେ ପ୍ରହାର କରିଛନ୍ତି ବୋଲି ଶାଣିତ ସ୍ବରରେ ପ୍ରହାର କରିଛନ୍ତି ଭୁବନେଶ୍ବର ସାଂସଦ ।

ଓଡ଼ିଶାରେ ୨୫ ବର୍ଷ ଧରି ବିଜେଡି ସରକାର ଶାସନ କରୁଥିବା ବେଳେ ରାଜ୍ୟ କିନ୍ତୁ ବିଭିନ୍ନ କ୍ଷେତ୍ରରେ ଏବେ ବି ପଛରେ ପଡ଼ି ଯାଇଛି । ଆନ୍ତର୍ଜାତିକ ଶ୍ରମ ଅର୍ଗାନାଇଜେସନ ତରଫରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ୪୨% ଯୁବକଯୁବତୀ ବେରୋଜଗାର ଅଛନ୍ତି । ୨୨ଟି ରାଜ୍ୟରେ ବେକାରି ସମସ୍ୟାକୁ ନେଇ ସର୍ବେକ୍ଷଣ କରାଯାଇଥିଲା । ଓଡ଼ିଶା ଏହି ତାଲିକାରେ ଏକ ନମ୍ବରରେ ରହିଛି ବୋଲି କହିଛନ୍ତି ସାଂସଦ ।

କେବଳ ସେତିକି ନୁହେଁ, ସାଂସଦ ଷଡଙ୍ଗୀ କହିଛନ୍ତି, ୫ ବର୍ଷ ହେଲା ଶାସନ ବ୍ୟବସ୍ଥାକୁ ହାଇଜାକ୍‌ କରାଯାଇଛି । ସାନ ବାବୁ ବଡ଼ ବାବୁ ହେବାକୁ ପ୍ରୟାସ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କଠୁ ସମସ୍ତଙ୍କୁ ଦୂରେଇ ରଖିଛନ୍ତି । ଏପରିକି ମୁଖ୍ୟ ଶାସନ ସଚିବ, କ୍ୟାବିନେଟ ମନ୍ତ୍ରୀ, ଡିଜି ପୁଲିସ୍‌ ବି ଏହି ଭଦ୍ର ବ୍ୟକ୍ତିଙ୍କ ବିନା ଅନୁମତିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନାହାନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା