ଓଡିଶା

ମଇ ୧୯; ଜନତାଙ୍କ ପ୍ରଶ୍ନର ଉତ୍ତର ଦେବେ ପ୍ରାର୍ଥୀ…

ନୀଳଗିରି, ୦୮/୫ : ରେଲୱେ ଉପୋଭୋକ୍ତା ସମିତି ଆନୁକୁଲ୍ୟରେ ଯମୁନା ଛକରେ ମଇ ମାସ ଉଣେଇଶି ତାରିଖରେ ହେବ ଖୋଲା ମଞ୍ଚ । ରେଲୱେ ଉପଭୋକ୍ତା ସମିତିର ସଦସ୍ୟ ଅମରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଖୋଲା ମଞ୍ଚର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଖୋଲା ମଞ୍ଚକୁ ନିମନ୍ତ୍ରିତ ହୋଇ ଆସୁଛନ୍ତି ବାଲେଶ୍ୱରର ଓ ମୟୁରଭଞ୍ଜ ଜିଲ୍ଲାର ସାଂସଦ ପ୍ରାର୍ଥୀ ଏବଂ ନୀଳଗିରି ବିଧାନସଭା ପ୍ରାର୍ଥୀ । ଉକ୍ତ ଖୋଲା ମଞ୍ଚରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ହେବାକୁ ସମିତି ପକ୍ଷରୁ ଅନୁରୋଧ କରାଯାଇଛି । ବୈଠକରେ ଉଦଳା ଓ ନୀଳଗିରି ନିର୍ବାଚନମଣ୍ଡଳୀର ଉପଭୋକ୍ତା ସମିତିର ସଦସ୍ୟ ସନାତନ ମଢ଼େଇ, ପ୍ରଦୀପ ଦାସ. ଭାଗବତ ଜେନା, ବନମାଳି ବେହେରା, ଦୀପକ ରାଉତ, ମନମୋହନ ମିଶ୍ର, ନିରଞ୍ଜନ ନାୟକ, ପ୍ରମୋଦ କୁମାର ପୃଷ୍ଟି, ମାନସ ମିଶ୍ର, ଦାମୋଦର ପୃଷ୍ଟି, ସନ୍ତୋଷ ଶତପଥୀ, ସନାତନ ମହାନ୍ତିଙ୍କ ସମେତ ବହୁ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା