ଓଡିଶା

ଘସିପୁରାର ଭାଜପା ବିଧାୟକ ପ୍ରାର୍ଥୀ ହେଲେ ଡ଼ ଶମ୍ଭୁନାଥ ରାଉତ…

ଘସିପୁରା, ୩/୫ : କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀ ହେଉଛି ଓଡ଼ିଶାର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣାକୁ ନେଇ ବିଳମ୍ୱ ହେବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରିକି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପ୍ରାର୍ଥୀ ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସହ ବିଭିନ୍ନ ମହଲରେ ଆଲୋଚନା ହେଉଥିବା ବେଳେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ଘସିପୁୁରା ପାଇଁ ଭାଜପା ତାର ପ୍ରାର୍ଥୀ ଭାବେ ଡ. ଶମ୍ଭୁନାଥ ରାଉତଙ୍କ ନାମ ଘୋଷଣା କରିଛି । ଶମ୍ଭୁନାଥ ବହୁ ପୂର୍ବରୁ ସଂଘ ପରିବାର ସହ ଜଡିତ ରହିଥିବାବେଳେ ପ୍ରଶାସନିକ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଜଗତସିଂହପୁର ଜିଲ୍ଲା ସାମାଜିକ ମଙ୍ଗଳ ସୁରକ୍ଷା ଅଧିକାରୀ ଭାବେ ଗତ ୨୦୨୧ ରେ ଅବସର ଗ୍ରହଣ କରିଥିଲେ ଡ. ଶମ୍ଭୁନାଥ । ପରବର୍ତ୍ତୀ ସମୟରେ ଭାଜପାର ଜିଲ୍ଲା ବୁଦ୍ଧିଜୀବୀ ସେଲର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ନିଜର ଆଖ୍ୟା ଅର୍ଜନ କରିଥିଲେ । ଏହାସହ ସମାଜସେବାରେ ମଧ୍ୟ ନିଜକୁ ନିୟୋଜିତ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ଦଳ ତାଙ୍କୁ ଘସିପୁରାରୁ ପ୍ରତିଦ୍ୱନ୍ଦିତ୍ୱ କରିବାକୁ ସୁଯୋଗ ଦେଇଥିବାରୁ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କୁ ସାଧୁବାଦ ଜଣାଇଛନ୍ତି ଶ୍ରୀ ରାଉତ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା