ଓଡିଶା

ରାଣୀ ଆଉଟ୍ । ପୁରୁଣା କର୍ମୀଙ୍କ ଉପପରେ ଭରସା ଦେଖାଇଲା ବିଜେଡି…

ରୋଚକ ମୋଡ ନେଇଛି ଦେବଗଡ଼ ବିଧାନସଭା । ଏଠାରୁ ବିଜେଡି ତାର ପ୍ରାର୍ଥୀଙ୍କୁ ବଦଳାଇଛି । ପୂର୍ବରୁ ଦେବଗଡ ପାଇଁ ଅରୁନ୍ଧତୀଙ୍କ ନାଁ ଘୋଷଣା କରାଯାଇଥିବାବେଳେ ଏବେ ଏହାକୁ ବଦଳାଇ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନାଁ ଘୋଷଣା କରିଛି ବିଜେଡି । ରୋମାଞ୍ଚ ୨୦୧୯ରେ ମଧ୍ୟ ଏହି ଆସନରୁ ବିଜେଡି ଟିକେଟରେ ଲଢ଼ିଥିଲେ । ତେବେ ଦେବଗଡରେ କାହିଁକି ପ୍ରାର୍ଥୀ ବଦଳାଇଲା ବିଜେଡି ? କାହିଁକି କଟିଗଲା ଅରୁନ୍ଧତୀ ଦେବୀଙ୍କ ଟିକେଟ୍ ? ବିଜେଡିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହେବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ନିକଟରେ ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ତଥା ଦେବଗଡର ରାଣୀ ଅରୁନ୍ଧତୀ ଦେବୀ ବିଜେଡିରେ ସାମିଲ ହେଇଥିଲେ । ତାଙ୍କୁ ଟିକେଟ୍ ଦେଇ ପୁଣି ଟିକେଟ୍ କାଟିଦେଇଛି ବିଜୁ ଜନତା ଦଳ । ଏହାବଦଳରେ ଦଳ ସ୍ଥାନୀୟ ନେତା ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପୁଣିଥରେ ଭରସା କରିଛି ଦଳ ।

ସୂଚନା ଅନୁସାରେ, ଦେବଗଡରେ ବିଜୁ ଜନତା ଦଳ ପ୍ରଥମେ ଦେବଗଡର ରାଣୀଙ୍କୁ ଟିକେଟ୍ ଦେଇଥିଲା । ଅରୁନ୍ଧତୀଙ୍କୁ ଟିକେଟ୍ ଦେଇ ବଡ ଚାଲ୍ ଖେଳିଥିଲା ବିଜୁ ଜନତା ଦଳ । ହେଲେ ସେହି ଚାଲ୍ କିନ୍ତୁ ବିଜେଡିର ସଫଳ ହେଇନଥିଲା । ଅରୁନ୍ଧତୀ ଦେବୀଙ୍କୁ ଟିକେଟ୍ ମିଳିବା ପରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସମର୍ଥକମାନେ ତାଙ୍କୁ ସମର୍ଥନ ଦେଇନଥିଲେ । ଏ ନେଇ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ଦଳରେ ଥିବା ତାଙ୍କର ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶୁଣାଯାଉଥିଲା, ଗତ ୫ ବର୍ଷ ଧରି ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ଲୋକ ସଂପର୍କକୁ ମଜବୁତ କରିଥିବା ରୋମାଞ୍ଚ ରଞ୍ଜନ ବିଶ୍ୱାଳ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ଏସବୁ ଭିତରେ ତାଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି ।

ଅନ୍ୟପଟେ ଅରୁନ୍ଧତୀ ଦେବୀ ବିଜେଡିରେ ସାମିଲ ହେବା ପରେ ବିଜେପି ସାଂସଦ ନୀତେଶ ଗଙ୍ଗଦେବ ମଧ୍ୟ ଚଳିତ ନିର୍ବାଚନରେ ବିଜେଡିକୁ ସମର୍ଥନ ଦେବେ ବୋଲି କୁହାଯାଉଥିଲା । ହେଲେ ନୀତେଶଙ୍କ ସମର୍ଥନ ମଧ୍ୟ ଅରୁନ୍ଧତୀ ଦେବୀଙ୍କୁ ମିଳିନଥିଲା । ଏପରିକି ସୋସିଆଲ୍ ମିଡିଆରେ ନୀତେଶ ବିଜେପି ଛାଡିଥିବା ନେଇ ପୋଷ୍ଟ ସେୟାର କରିବା ସହ, ପରେ ତାଙ୍କର ସୋସିଆଲ୍ ମିଡିଆ ଆଇଡି ହ୍ୟାକ୍ ହୋଇଥିଲା ବୋଲି ସ୍ପଷ୍ଟୋକ୍ତି ରଖିଥିଲେ । ଯାହା ପରେ ରାଜପରିବାର ଭିତରେ ସବୁକିଛି ଠିକ୍ ନଥିବା ସ୍ପଷ୍ଟ ହେଇଥିଲା ।

୨୦୧୯ରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବିଜେପି ପ୍ରାର୍ଥୀ ସୁବାସ ପାଣିଗ୍ରାହୀଙ୍କ ଠାରୁ ୫ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ହାରିଯାଇଥିଲେ । ହେଲେ ଏହାପରେ ମଧ୍ୟ ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ସଫଳତା ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେଣୁ ସାଧାରଣ ନିର୍ବାଚନରେ ପୁଣିଥରେ ରୋମାଞ୍ଚ ବିଶ୍ୱାଳଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିବା ସହିତ, ଦେବଗଡ ଦାୟିତ୍ୱ ଦେଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା