ଓଡିଶା ମନୋରଞ୍ଜନ

ଓଡ଼ିଆ ଚଳଚ୍ଚିତ୍ର “ଅପରେସନ୍ ୧୨/୧୭’ କୁ ପୂରିଲା ପଚାଶ ଦିନ

ଭୁବନେଶ୍ୱର : ସାଇ ଲୁମ୍ବିନୀ ପ୍ରଡ଼କସନ୍ସରେ ନିର୍ମାଣ ହୋଇଥିବା ସିନେମା “ଅପରେସନ୍ ୧୨/୧୭ ସାଇ ଶରଣଂ’କୁ ପ୍ରେକ୍ଷାଳୟରେ ୫୦ ଦିନ ପୂର୍ତ୍ତି ହୋଇଛି । ଭଲ ସିନେମା ପ୍ରତି ଦର୍ଶକଙ୍କ ମନରେ ଢେର ଆଗ୍ରହ ରହିଥିବାରୁ ସିନେ ଦର୍ଶକଙ୍କ ସୁଅ ଛୁଟିଛି । କଟକ ସ୍ଥିତ ବୃନ୍ଦାବନ ସିନେମା ହଲରେ ସିନେମାର ପୁରା ଟିମ୍ ଦର୍ଶକଙ୍କ ସହିତ ମିଶି ପଚାଶ ଦିନ ପୂର୍ତ୍ତି ଅବସରରେ କେକ୍ କାଟି ଖୁସି ମନେଇଛନ୍ତି । ଏହି ସ୍ୱତନ୍ତ୍ର ଖୁସି ଉପଲକ୍ଷେ ପୁରା ଟିମ୍ ସହିତ ଓଲିଉଡ଼ର ଅନେକ ନାମୀ ପ୍ରଯୋଜକ, ନିଦେ୍ର୍ଦଶକ, କଳାକାର ଯୋଗ ଦେଇଥିଲେ । “ଅପରେସନ ୧୨/୧୭’ ଏକ ବିଗ୍ ବଜେଟର ସିନେମା ହୋଇଥିବା ବେଳେ ଏହାର ନିଦେ୍ର୍ଦଶନା ଦେଇଛନ୍ତି ଷ୍ଟାଇଲିଷ୍ଟ ନିଦେ୍ର୍ଦଶକ ସୁଧାଂଶୁ ମୋହନ ସାହୁ । କାହାଣୀ ଲେଖିଛନ୍ତି ଦ୍ୱୀପାୟନ ପଟ୍ଟନାୟକ, ସଂଳାପ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ । ଗୀତ ଗୁଡିକ ଅରୁଣ ମନ୍ତ୍ରୀ ଏବଂ ଡକ୍ଟର ନିର୍ମଳ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି ବର୍ତ୍ତମାନର ଟ୍ରେଣ୍ଡୀ ସଙ୍ଗୀତ ନିଦେ୍ର୍ଦଶକ ବୈଦ୍ୟନାଥ ଦାଶ । କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଋତୁରାଜ ମହାନ୍ତି, ସତ୍ୟଜିତ୍ ପ୍ରଧାନ, ଅସୀମା ପଣ୍ଡା ଏବଂ ଅନନ୍ୟା ଶ୍ରୀତମ ନନ୍ଦ । ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିଦେ୍ର୍ଦଶକ ସୁଧାଂଶୁ ମୋହନ ସାହୁଙ୍କ ନିଦେ୍ର୍ଦଶନାରେ ଏହି ଚଳଚ୍ଚିତ୍ର ଓଲିଉଡ଼ ପାଇଁ ଏକ ଭିନ୍ନ ମୋଡ଼ ସୃଷ୍ଟି କରିଛି । ଶିଶୁ କଳାକାରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଭୂମିକା ଗୋଟିଏ ଶିଶୁର ମାଆ ଭୂମିକାରେ ଅଭିନୟ କରିଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା