ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଦ୍ରୋହ…

ବିଜେପି ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି
ଜଗତସିଂହପୁର, ୧୮/୪ : ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ସତ୍ୟ ସାରଥୀ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଏହାକୁ ବାଲିକୁଦା ଏରସମା ବିଜେପି ପକ୍ଷରୁ ବିରୋଧ କରାଯାଇଛି । ବରିଷ୍ଠ ବିଜେପି ନେତା ସଞ୍ଜୟ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସତ୍ୟବ୍ରତ ଦାସ, ଶଶାଙ୍କ ଶେଖର ଶାହାଣୀ, ଶଶିକାନ୍ତ ସ୍ୱାଇଁ ପ୍ରମୁଖ ବହୁ ବିଜେପି ନେତା ଓ କର୍ମୀ ମାନେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ଏହା ସହିତ ଏ ସମ୍ପର୍କରେ ରାଜ୍ୟ ନେତୃତ୍ୱକୁ ଦାୟୀ କରିଛନ୍ତି । ତେବେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ବିଜେପିର ୫୦ ହଜାର ଭୋଟ ରହିଛି । ତେବେ ସଂଗଠନକୁ ସଜାଡି ରଖିଥିବା ନେତାଙ୍କୁ ଅଣଦେଖା କରାଯାଇଛି । ଏହା ବିରୁଦ୍ଧରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି ।
ରିପୋର୍ଟ : ରୀତା ସାହୁ