ଓଡିଶା

ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆଙ୍କ ଶୁଭ ୧୨୫ ତମ ବର୍ଷବ୍ୟାପୀ ଜୟନ୍ତୀ ଉତ୍ସବ ପୁରୀଠାରେ ଉଦ୍ଘାଟିତ…

ପୁରୀ, ୧୫/୪ : ଯୁଗେ ଯୁଗେ ଶ୍ରୀ ଜଗନ୍ନାଥ ଭକ୍ତର ଅଧୀନ । ଭକ୍ତ ମାନଙ୍କ ଭାବକୁ ଗ୍ରହଣ କରି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଅନେକ ଲୀଳା କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି । ଏପରି ଜଣେ ଅନାଲୋଚିତ ଭକ୍ତ ଥିଲେ ବୈଷ୍ଣବ କୀଙ୍କରୀ ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆ । ଶ୍ରୀ ରାଧାରମଣ ଫାଉଣ୍ଡେସନ ତରଫରୁ ବୈଷ୍ଣବ କୀଙ୍କରୀ ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆଙ୍କ ୧୨୫ ତମ ଜନ୍ମ ବାର୍ଷିକ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଶ୍ରୀ ଗୁରୁଚରଣ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଟାଟାମେନ ହସ୍ପିଟାଲର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜଗନ୍ନାଥ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ଉତ୍ସବକୁ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡ଼ଃ ମଳୟ ମିଶ୍ର, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଅଧ୍ୟକ୍ଷ ଡ଼ଃ ଅଶୋକ କୁମାର ମହାପାତ୍ର, ନ୍ୟାୟମୂର୍ତି ପ୍ରତିମା ପଣ୍ଡା, ଡ଼ଃ ସିଧେଶ୍ୱର ମୋହପାତ୍ର, ସ୍ୱାମୀ ବ୍ରହ୍ମନିଷ୍ଠ ନନ୍ଦ ଜି ମହାରାଜ, ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାତଯୋଶୀ ମହାପାତ୍ର, ପୂର୍ବତନ କୁଳପତି ଡ଼ଃ ହରିହର ହୋତା ,ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ଦାସ, ଫ୍ରି ଟୁ ସ୍ପିକର ମୂଖ୍ୟ ସମ୍ପାଦକ ଲଳିତେନ୍ଦୁ ଦାସ, ଅରେଞ୍ଜ ଫାଉଣ୍ଡେସନର ଚେୟାରମ୍ୟାନ ଡ଼ଃ ଏ ନାରାୟଣ ଆଚାରୀ ଯୋଗଦେଇ ନିଜର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉତ୍ସବ ଅବସରରେ ଏକ ସ୍ମୃତି ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଅନୁଷ୍ଠାନର ସହଯୋଗୀ ଅରେଞ୍ଜ ଫାଉଣ୍ଡସନ ଦ୍ୱାରା ଲୋଗୋ ଓ ୱେବସାଇଟ୍ ଉନ୍ମୋଚିତ ହେବା ସହ ଚାଳିଶ ଜଣ ଗରିବ ପରିବାରକୁ ରନ୍ଧନ ସାମଗ୍ରୀ ସହିତ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ସାଂଗଠନିକ ସମ୍ପାଦକ ଏ ଜଗନ୍ନାଥ ଆଚାରୀଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ଶେଷରେ ନୀଳମଣି ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା