ଅବକ୍ଷୟମୁଖୀ ଗଣମାଧ୍ୟମ ଶୀର୍ଷକ ଉପରେ ଆଲୋଚନା…

ଭୁବନେଶ୍ୱରସ୍ଥିତ ସାମ୍ବାଦିକ ଭବନ ପରିସରରେ ରାଜ୍ୟ ଡିଜିଟାଲ ମିଡିଆ ଆସୋସିଏସନର ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ତୁଷାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଅବକ୍ଷୟମୁଖୀ ଗଣମାଧ୍ୟମ ଶୀର୍ଷକ ଉପରେ ଆଲୋଚନା ଚକ୍ରର ଆୟୋଜିତ ହୋଇଯାଇଛି ।

ଏଥିରେ ସମାଜସେବୀ ଡକ୍ଟର ବିଶ୍ଵନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ସାମ୍ବାଦିକ ଅକ୍ଷୟ ସାହୁ, ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର କାର୍ଯ୍ୟକାରୀ ସଭାପତି ନିହାର ରଞ୍ଜନ ପଣ୍ଡା, ନୀଳମଣି ସାହୁ, ବିନାୟକ ମିଶ୍ର, ମନୋଜ ଦାସ, କଳାହାଣ୍ଡି ଜିଲ୍ଲା ସଭାପତି ରାଜେନ୍ଦ୍ର ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦିକା ସ୍ମରଣିକା ସାହୁ, ରାଜ୍ୟ କୋଷାଧ୍ୟକ୍ଷ ନନ୍ଦିତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମକୁ ଏକତ୍ରିତ ହୋଇ ସତ୍ୟର ସ୍ୱର ଉତ୍ତୋଳନ କରିବା ପାଇଁ କୁଣ୍ଠାବୋଧ କରିବା ଉଚିତ୍ ନୁହେଁ ବୋଲି କହିଥିଲେ ।

ନିଜ ବୁଦ୍ଧି ବଳରେ ଛୋଟିଆ ପିମ୍ପୁଡିଟିଏ ବି ବିଶାଳକାୟ ହାତୀକୁ ପରାସ୍ତ କରିପାରେ । ଏପରିକି ଜୀବ ଜଗତରେ ଅନେକ ମୃଗ ଅଛନ୍ତି, ମାତ୍ର କସ୍ତୁରୀପ୍ରାପ୍ତ କେବଳ ବିଶେଷ ମୃଗଙ୍କଠାରୁ ମିଳିଥାଏ । ଠିକ୍ ସେଇଭଳି ସାମ୍ବାଦିକ ମଧ୍ୟ ନିଜ ବୁଦ୍ଧି ଏବଂ ଜ୍ଞାନକୁ ଶାଣିତ କରିବାର ଆବଶ୍ୟକତା ରହିଛି । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୋଳ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଆଦି ବିଭିନ୍ନ ଜିଲ୍ଲାରୁ ଶତାଧିକ ସଭ୍ୟ ଯୋଗ ଦେଇ ଆଲୋଚରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ସଂଗଠନ କିପରି ଆହୁରୀ ସୁଦୃଢ ହେବ ଏବଂ ସଂଘର କଳେବର ବୃଦ୍ଧି ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।