ଓଡିଶା

ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ବଜ୍ର ଶପଥ…

ସାଲେପୁର, ୫/୪ : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବନ୍ଧୁପୁର  ଓ ଜନାର୍ଦନପୁର ଗ୍ରାମପଞ୍ଚାୟତରେ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁପୁର ଗ୍ରାମପଞ୍ଚାୟତର ରଘୁନାଥ ଜୀଉ ମଠରେ ଅନୁଷ୍ଠିତ କର୍ମୀ ସମ୍ମିଳନୀକୁ ସଭାପତି ନାରାୟଣ ସ୍ୱାଇଁ ସଂଯୋଜନା କରିଥିବାବେଳେ ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଇଂ ବିଳାଶ କୁମାର ଭୋଇ ସଭାପତିତ୍ୱ  କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ତଥା ଆଗାମୀ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ କଟକ ସଦର ପ୍ରଗତି ରଥରେ ସମସ୍ତେ ସାମିଲ ହୋଇ ଏହାର ସ୍ୱାଭିମାନକୁ ବଜାୟ ରଖିବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ତାରଣୀସେନ ଜେନା, ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ନୃସିଂହ ଚରଣ ମୁଦୁଲି, ସରପଞ୍ଚ ଜୟନ୍ତୀ ଗୋଛାୟତ, ମାନଗୋବିନ୍ଦ ଦାସ, ଶରତ ସାମଲ, ରତିକାନ୍ତ ଭୂୟାଁ, କାଳିନ୍ଦୀ ଭୋଇ, ଚନ୍ଦ୍ର କାନ୍ତ ପରିଡାଙ୍କ ସମେତ ବହୁ କର୍ମୀ ଯୋଗଦେଇ ଶଙ୍ଖ ଚିହ୍ନରେ ବିପୁଳ ଭୋଟ ଦେବାକୁ ବଜ୍ର ଶପଥ ନେଇଥିଲେ ।

ସେହିପରି ଜନାର୍ଦ୍ଦନପୁର ଗ୍ରାମପଞ୍ଚାୟତ ଶନିଶ୍ଚର ପୀଠରେ ଆୟୋଜିତ ସାଙ୍ଗଠନିକ ବୈଠକରେ ସରପଞ୍ଚ ବିଶ୍ୱଭୁଷଣ ନାୟକ ସଭାପତିତ୍ୱ କରିଥିଲେ । ଏଥିରେ ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା, ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଭୋଇ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଦାସ, ଶ୍ରୀ ସ୍ୱାଇଁ, ଶ୍ରୀ ମୁଦୁଲିଙ୍କ ସମେତ ପ୍ରଦୀପ୍ତ କିଶୋର ଷଡ଼ଙ୍ଗୀ, ପ୍ରମୋଦ କୁମାର ନାୟକ, ରଘୁନାଥ ପୁରୀ, ଭ୍ରମରବର ଦାସ, ମୀନକେତନ ନାୟକ, ସମିତି ସଭ୍ୟ ରଞ୍ଜନ କୁମାର ବେହେରା, ବିଜେଡି ସଭାପତି ଅଜିତ କୁମାର ସାହୁ, ତ୍ରିଲୋଚନ ରାଉତ, ରଶ୍ମୀକାନ୍ତ ସ୍ୱାଇଁ, ବ୍ରହ୍ମାନନ୍ଦ ସାହୁ, ଅକ୍ଷୟ ବେହେରା ପ୍ରମୁଖ ବହୁ କର୍ମୀ ଯୋଗଦେଇ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖଚିହ୍ନରେ ଭୋଟ ଦେବାକୁ ବଜ୍ର ଶପଥ ନେଇଥିଲେ ।

ରିପୋର୍ଟ : ସାଲେପୁରରୁ ଅଭୟ ଜେନା

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା