ଓଡିଶା

ପଦ୍ମ ଛାଡିଲେ ସୁକାନ୍ତ । ଜୋର ଧରିଲା ଘରବାହୁଡିବା ଚର୍ଚ୍ଚା…

ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳ ଡିଆଁ ପର୍ବ । ଆଜି ବିଜେପି ଛାଡିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରାଜ୍ୟ ବିଜେପି ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୧୯ରେ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତ । ଏହାପୂର୍ବରୁ ୨୦୧୪ରେ ବିଜେଡି ଟିକେଟରୁ ମଧ୍ୟ ବିଧାୟକ ହୋଇଥିଲେ ସୁକାନ୍ତ । କିନ୍ତୁ ୨୦୧୯ରେ ଦଳ ଟିକେଟ ନ ଦେବାରୁ ବିଜେପିରେ ସାମିଲ ହୋଇ ଲଢିବା ସହ ବିଧାୟକ ହୋଇଥିଲେ ।

ତେବେ ବିଜେପି ଛାଡିବା ପରେ ସୁକାନ୍ତ କୁମାର ନାୟକ ପୁଣି ନିଜ ଘର ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି । ନିଜ ସମର୍ଥକଙ୍କ ସହିତ ଆଲୋଚନା କଲା ପରେ ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି । ତେବେ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନୀଳଗିରି ନାହିଁ । ତେଣୁ ସୁକାନ୍ତ ଶଙ୍ଘ ଧରିଲେ ହୁଏତ ବିଜେଡି ନିଜ ଘରବାହୁଡା ସଦସ୍ୟଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ସେପଟେ ଆଜି ବିଜେପିରୁ କଟକ ଜିଲ୍ଲା ସଭାପତି ଥିବା ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଇସ୍ତଫା ଦେଇଛନ୍ତି । ସେ ମଧ୍ୟ ଶଙ୍ଖ ଘରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା