ମାନବିକତା ଦେଖାଇଲେ ହୋମଗାର୍ଡ ସଂଘ କର୍ମକର୍ତା, ସ୍ୱାସ୍ଥ୍ୟ ସେବା ପାଇଁ କଲେ ଆର୍ଥିକ ସହାୟତା…

କନ୍ଧମାଳ, ୧୯/୩ : କନ୍ଧମାଳ ଜିଲ୍ଲା ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ ବିନୋଦ ବିହାରୀ ପ୍ରଧାନ କିଛି ଦିନ ହେବ ଅଜଣା ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତାଙ୍କ ଆଲୋଚନା କ୍ରମେ କିଛି ଶୁଖିଲା ଖାଦ୍ୟ ଏବଂ ମେଡ଼ିସିନ ବାବଦକୁ କିଛି ଆର୍ଥôକ ସହାୟତା କରିଛନ୍ତି । ସଦର ଥାନାର ସମସ୍ତ ଅଫିସର କନେଷ୍ଟବଳ ହୋମଗାର୍ଡ କର୍ମଚାରୀ କିଛି କିଛି ଟଙ୍କା ଆଦାୟ କରି ରୋଗ ସଜ୍ଜାରେ ପୀଡ଼ିତ ଥିବା ବିନୋଦ ବିହାରୀ ପ୍ରଧାନଙ୍କ ବାସଭବନରେ ଉପସ୍ଥିତ ରହି ଶୁଖିଲା ଖାଦ୍ୟ ସହିତ ମେଡ଼ିସିନ ବାବଦକୁ କିଛି ଆର୍ଥôକ ସହାୟତା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, ହୋମଗାର୍ଡ ସଂଘ ଆବାହକ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ସମ୍ପାଦକ ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍, କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରାୟ, ହୋମଗାର୍ଡ ସଂଘ ସଦସ୍ୟ ସାଫରିନ ଖାନ୍, ଉପେନ୍ଦ୍ର ଭଞ୍ଜ, ପ୍ରତାପ କୁମାର ସାହାଣୀ, ସ୍ୱାଧିନ କୁମାର ଦିଗାଲ, ଅଜିତ କୁମାର ପ୍ରଧାନ, ସଦର ଥାନାରେ କାର୍ଯ୍ୟରତ ଏ.ଏସ୍.ଆଇ, ହରେକୃଷ୍ଣ ମିଶ୍ର, ସଞ୍ଜୟ କୁମାର ବିଶୋଇ ଉପସ୍ଥିତ ରହି ହୋମଗାର୍ଡ ବିନୋଦ ବିହାରୀ ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାର ସମସ୍ତ ଶୃଙ୍ଖଳିତ ହୋମଗାର୍ଡ ସଂଘର କର୍ମକର୍ତାଙ୍କ ପାଇଁ ଲାଗୁ ରଖିବା ପାଇଁ ନିଷ୍ପତି ନିଆଯାଇ ଥିବା ପ୍ରକାଶ କରିଛନ୍ତି ସଂଘ କର୍ମୀ ।