ରାଜ୍ୟ ସରାକରଙ୍କ ଉପରେ ବର୍ଷିଛନ୍ତି ଦଶ ହଜାର ପାଂଚ ଶହ ଠିକା ସ୍ୱାସ୍ଥ୍ୟ କର୍ମଚାରୀ…

ଭୁବନେଶ୍ୱର, ୧୯/୩ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଚୁକ୍ତିଭିତିକ ନିଯୁକ୍ତ ପ୍ରଥା ଉଚ୍ଛେଦ ଘୋଷଣା ଓ ଏ ସମ୍ପର୍କିତ ସରକାରୀ ବିଜ୍ଞପ୍ତିକୁ ଞ୍ଚଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘଞ୍ଚ ଦୃଢ଼ ସମର୍ଥନ ସହିତ ସ୍ୱାଗତ କରୁଛି । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଯେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିଭିନ୍ନ ଜନହିତୈସି ଯୋଜନାକୁ ଦୀର୍ଘ ୧୫ ବର୍ଷ ଧରି ସଫଳ ରୂପାୟନ ସହିତ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଏକଦୃଢ଼, ଉନ୍ନତ ଓ ପ୍ରଗତିଶୀଳ କରାଇ ଆସୁଥିବା ଦଶହଜାର ଚୁକ୍ତି ଭିତିକ ଠିକାକର୍ମଚାରୀ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପାଇବାରୁ ବଂଚିତ ହୋଇଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ, ରାଜ୍ୟ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଝଐଇଝ ଇତ୍ୟାଦି ଯୋଜନାରେ କାର୍ଯ୍ୟ କରୁଥିବା ପ୍ରାୟ ୨୪୦୦ ଜଣ ଆୟୁଷ ଡାକ୍ତର, ୪୭୦୦ ଅଣ-ଚିକିତ୍ସା ଜନସ୍ୱାସ୍ଥ୍ୟ ମ୍ୟାନେଜମେଂଟ କର୍ମଚାରୀ, ୧୮୦ ଜଣ ଷ୍ଟାଫନର୍ସ, ୪୧୦ ଜଣ ଫର୍ମାସିଷ୍ଟ, ୪୧୬ ଜଣ ଏଏନ୍ଏମ୍, ୪୨ ଜଣ ଡ୍ରାଇଭର, ୧୨୮ ଜଣ ଲାବରେଟୋରି ଟେକ୍ନିସିଆନ, ୩୫୯ ଜଣ ଏଚଆଇଭି କାଉନସିଲର, ୧୩୫ ଜଣ ଝଐଇଝ ରକର୍ମଚାରୀ ଓ ୧୫୦ ରୁ ଉର୍ଦ୍ଧ୍ୱ ଆଲାଏଡ଼ ହେଲଥ ପ୍ରଫେସନାଲ କର୍ମଚାରୀ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର, ମୁଖ୍ୟଚିକିତ୍ସାଳୟ, ମେଡିକାଲ କଲେଜ ଓ ନିଦେ୍ର୍ଦଶାଳୟ ଓ ବିଭାଗରେ ଏଗାର ମସିଆ ଚୁକ୍ତିଭିତିରେ ନିଯୁକ୍ତି ପାଇଛନ୍ତି । ନିକଟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ଅନ୍ୟାନ୍ୟ ଯୋଜନାରେ କାର୍ଯ୍ୟରତଥିବା ପାଂଚ ହଜାର ପରାମେଡିକାଲ କର୍ମଚାରୀଙ୍କୁ ରାଜ୍ୟସରକାର ନିୟମିତ କରିଛନ୍ତି । ମାତ୍ର ଏଥିରି ବଂଚିତ ହୋଇଛନ୍ତି ଏହି କର୍ମଚାରୀ । ଏ ନେଇ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ।