ଓଡିଶା

ଚକବନ୍ଦୀ ଜମି ବିକ୍ରି ହୋଇପାରୁ ନ ଥିବା ନେଇ ବିକ୍ଷୋଭ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ନାଗପୁର ରାଜସ୍ୱ ମୌଜାର ଜମି ଗୁଡିକୁ ରେକର୍ଡଭୁକ୍ତ କରିବା ପାଇଁ ଦାବି ନେଇ ଉକôଳ ସମାଜ ଜଗତସିଂହପୁର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗମୁତାବକ ନାଗପୁର ମୌଜାରେ ପ୍ରଜାମାନଙ୍କୁ ୨୦୧୮ ମସିହାରୁ ଚକବନ୍ଦୀ ପଟା ପ୍ରଦାନ କରାଯାଇଥିଲେ ମଧ୍ୟ ଉକ୍ତ ଜମିମାନଙ୍କର ରେକର୍ଡ ବାଲିକୁଦା ତହସିଲ କିମ୍ବା ଜିଲ୍ଲାପାଳଙ୍କ ରେକର୍ଡରୁମରେ ମିଳିପାରୁ ନାହିଁ କିମ୍ବା ଅନଲାଇନରେ ମଧ୍ୟ ଜମିଗୁଡିକର ରେକର୍ଡ ଦୃଷ୍ଟି ହେଉନାହିଁ । ଯାହାଫଳରେ ବିଭିନ୍ନ ସୁବିଧା ଅସୁବିଧା ସମୟରେ ଜମିଗୁଡିକର କ୍ରୟ ବିକ୍ରୟ ହୋଇପାରୁ ନାହିଁ ଏବଂ ନାଗପୁର ମୌଜାର ଲୋକମାନେ ଏଥିପାଇଁ ୨୦୧୮ ମସିହାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସୁବିଧାକୁ ନେଇ ନାଗପୁର ମୌଜାବାସୀ ୨୦୧୮ ମସିହାରେ ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟ ୨ମାସ ମଧ୍ୟରେ ଜମିଗୁଡିକୁ ରେକର୍ଡÿଭୁକ୍ତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ ନିର୍ଦେଶ ନିର୍ଦେଶରେ ରହିଯାଇଛି । ଏହାଛଡା ଜମିଗୁଡିକୁ ରେକର୍ଡÿଭୁକ୍ତ କରିବା ପାଇଁ ମୌଜାବାସୀମାନେ ଅତୀତରେ ବିଭିନ୍ନ ସମୟରେ ସ୍ଥାନୀୟ ତହସିଲଦାର, ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ । ଏଣୁ ଯଥାଶୀଘ୍ର ୧୫ଦିନ ମଧ୍ୟରେ ଏହି ଅସୁବିଧାକୁ ସମାଧାନ କରିବାକୁ ଉକôଳ ସମାଜ ପକ୍ଷରୁ ଦାବି କରାଯାଇଛି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା