ଓଡିଶା

ବେଗୁନିଆପଡା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କଲେ ବିଧାୟିକା…

ବେଗୁନିଆପଡା : ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ବୁରୁଝରୀଠାରୁ ପାଇକପଡା ରାସ୍ତାର ବଡଖଇରଖମା ନିକଟ ଖରଖରୀ ନାଳ ଉପରେ ସେତୁ ନିର୍ମାଣ, ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଆନୁକୂଲ୍ୟରେ ନିର୍ମିତ ହେବାକୁ ଥିବା ଗିଲିଣ୍ଡାଠାରୁ ତାଳସର ଭାୟା ଅଙ୍ଗାରଗାଁ, କୁମାରୀପାରି, କେଶରପୁର, ଖିଡିଙ୍ଗି, ଭାବିନିପୁର ସଡ଼କ କାର୍ଯ୍ୟର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ ତାଳସର ଗ୍ରାମରେ କଲ୍ୟାଣ ମଣ୍ଡପର ଭିତିପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି । ଏହି ସେତୁ ଓ ରାସ୍ତା ନିର୍ମାଣ ଫଳରେ ଜନସାଧାରଣଙ୍କ ଗମନା ଗମନରେ ସୁବିଧା ହୋଇପାରିବ ବୋଲି କହିଛନ୍ତି ବିଧାୟିକା । ଏଥିସହ ବେଗୁନିଆପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେ କେୟାର ସେଂଟରର ମଧ୍ୟ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ବ୍ଲକ ବିଜେଡି ସଭାପତି ସିମାଂଚଳ ସାମଲ, ଜିଲ୍ଲା ପରିଷଦ କଲ୍ୟାଣୀ ପାତ୍ର, ପ୍ରତିନିଧି ଗୋପବନ୍ଧୁ ସାହୁ, ସ୍ଥାନୀୟ ସରପଂଚ କାଶୀନାଥ ବେହେରା, ମୁକୁନ୍ଦ ମାଧବ ସ୍ୱାଇଁ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ନାଥ ତିଆଡ଼ି, ସରପଂଚ ପ୍ରତିନିଧି ଦଣ୍ଡୁ ମହାରଣା, ସମିତି ସଭ୍ୟ ପ୍ରତିନିଧି ସନ୍ତୋଷ ପାତ୍ରଙ୍କ ସମେତ ଜନପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ପ୍ରଭୃତି ଉପସ୍ଥିତ ଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା