କଂଗ୍ରେସ ସଫଳ ହେଲେ ଯୁବଗୋଷ୍ଠୀଙ୍କ ଉନ୍ନତି ହେବ: ଆଶାୟୀ ପ୍ରାର୍ଥୀନୀ ସୀମଳାରାଣୀ ପଡ୍ରା…

କନ୍ଧମାଳ, (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀ ନଂ -୮୩ର କଂଗ୍ରେସ ଆଶାୟୀ ପ୍ରାର୍ଥୀନୀ ଭାବେ ଲୋକଙ୍କ ନିକଟତର ହେଉଛନ୍ତି କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ତଥା ପୂର୍ବତନ ଜିଲ୍ଲା ଛାତ୍ର ସଭାପତି ସୀମଳାରାଣୀ ପଡ୍ରା । କଂଗ୍ରେସ ଶାସନ କାଳରେ ସରକାର ଜନ ସାଧାରଣଙ୍କ ଉନ୍ନତି ନିମନ୍ତେ ଅନେକ ନିଯୁକ୍ତି ପ୍ରଣୟନ କରି ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ରେଗୁଲାରରେ ନିଯୁକ୍ତି ପ୍ରଦାନ କରୁଥିଲେ । କିନ୍ତୁ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ତାହା ନ କରି କନ୍ଧମାଳ ଜିଲ୍ଲାର ବହୁ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ସରକାରୀ ଚାକିରୀ ଦେବା ବଦଳରେ ବାହାର ରାଜ୍ୟର ଘରୋଇ କମ୍ପାନୀ ମାନଙ୍କରେ ନିଯୁକ୍ତି ଦେଇ ବାଃ ବାଃ ନେଉଥିବାକୁ ବିରୋଧ କରିଛନ୍ତି ଜିଲ୍ଲା କଂଗ୍ରେସ ଉପସଭାପତି ତଥା ପୂର୍ବତନ ଜିଲ୍ଲା ଛାତ୍ର ସଭାପତି ସୀମଳାରାଣୀ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଗରିବ ବାଟ ମରଣା ନୀତିକୁ ହଟେଇବା ପାଇଁ ୨୦୨୪ ନିର୍ବାଚନରେ ରାଜ୍ୟ କଂଗ୍ରେସ ସଫଳ ହେବା ପାଇଁ ଆହ୍ୱାନ ଦେଇଛନ୍ତି ଜିଲ୍ଲା କଂଗ୍ରେସ ଉପସଭାପତି । ଏହି ଅବସରରେ ଜିଲ୍ଲା କଂଗ୍ରେସ ଉପସଭାପତିଙ୍କ ସମେତ ଜିଲ୍ଲା ସଭାପତି, କଂଗ୍ରେସ ନେତା ଚନ୍ଦନ ପଣ୍ଡା ଓ ଶତାଧିକ କଂଗ୍ରେସ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।