ଓଡିଶା

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଦୃଢ ପ୍ରତିବାଦ…

ମାହାଙ୍ଗା, ୧୨/୨୪ (ଅଭୟ ଜେନା) : ଜଣେ ଯୁବ ସାମ୍ବାଦିକଙ୍କୁ ରାସ୍ତା ମଝିରେ ଖଣ୍ଡା ଓ ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ ଘଟଣାରେ ସ୍ଥାନୀୟ ପୋଲିସ ନିରବଦ୍ରଷ୍ଟା ସାଜିବାରୁ ଏହାକୁ ସବୁ ମହଲରୁ ଦୃଢ଼ ନିନ୍ଦା କରାଯିବା ସହ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଭୁବନେଶ୍ୱରରେ କାର୍ଯ୍ୟରତ ବଡ଼ ଖବର ଚ୍ୟାନେଲର ସାମ୍ବାଦିକ ଜ୍ୟୋତି ରଞ୍ଜନ ମହାପାତ୍ର ତାଙ୍କ ଡ୍ୟୁଟି ସାରି ଅଫିସରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ କେତେକ ଅସାମାଜିକ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ମୁର୍ମୁଷୁ ଅବସ୍ଥାରେ ରାସ୍ତାରେ ଛାଡି ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲେ । ଏଭଳି ଘଟଣାକୁ ମାହାଙ୍ଗା ଅଂଚଳର ସାମ୍ବାଦିକ ମାନେ ତୀବ୍ର ନିନ୍ଦା କରିବା ସହିତ ପୋଲିସ ବିଭାଗର ଉଚ୍ଚ କର୍ତୃପକ୍ଷ ଅପରାଧୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ଆକ୍ରମଣର ଶିକାର ଯୁବ ସାମ୍ବାଦିକ ଜ୍ୟୋତିରଞ୍ଜନଙ୍କୁ ନ୍ୟାୟ ନମିଳିଲେ ଆସନ୍ତା ଦିନରେ ଗଣମାଧ୍ୟମର ପ୍ରତିନିଧିମାନେ ରାଜରାସ୍ତାକୁ ଓହା୍ଲଇବେ ବୋଲି ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ସୀତାନାଥ ସିଂହ , ବିବେକାନନ୍ଦ ଦାସ, ଅଭୟ ଜେନା, ବିଜୟ କୁମାର ଜେନା, ସୁବାଶିଷ ବସନ୍ତରାୟ, ରଶ୍ମିରଂଜନ ମହାନ୍ତି, ଧନେଶ୍ୱର ସେଠୀ, ଅଶୋକ ପ୍ରହରାଜ, ଦିବାକର ରାଉତ, ଅସିତ କୁମାର ସାମଲ, ସଂଯୁକ୍ତା ସାହୁ, ଅଚ୍ୟୁତାନନ୍ଦ ନାୟକ, ସୁପ୍ରଭା ସାମଲ, ଅମରେନ୍ଦ୍ର ସିଂ, ସୁରେଶ ବଳ ପ୍ରମୁଖ ବହୁ ସାମ୍ବାଦିକ ଚେତାବନୀ ଦେଇଛନ୍ତି ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା