ବେଗୁନିଆପଡା ବ୍ଲକରେ ବ୍ଳକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ…

ବେଗୁନିଆପଡା, ୧୨/୨୪ (ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ଏପ୍ରିଲ ୧, ୨୦୨୩ ରିଖଠାରୁ ତା ସେପ୍ଟେମ୍ବର ୩୦, ୨୦୨୩ ରିଖ ମଧ୍ୟରେ ହୋଇଥିବା କାର୍ଯ୍ୟ ଗୁଡିକର ଜନ ଶୁଣାଣୀ ହୋଇଥିଲା । ମୋଟ ୧୫୨୮ ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଏଥି ପାଇଁ ୨୬୫୩.୬୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ୨୧୫୬ ଜଣଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆ ଯାଇଛି । ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ରେକର୍ଡ ପତ୍ର ଓ ଫାଇଲ ସଠିକ ସମୟରେ କରୁନଥିବା ଓ ସମୀକ୍ଷକଙ୍କୁ ପ୍ରଦାନ କରୁନଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଆଗାମୀ ଏକ ସପ୍ତାହ ମଧ୍ୟରେ ସମସ୍ତ ରେକର୍ଡ ପତ୍ର ପ୍ରସ୍ତୁତ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳ ବିଡ଼ିଓଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ପଂଚାୟତ ରାଜ ବିଭାଗ, ଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗର ଜନ ଶୁଣାଣୀ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପଜିଲାପାଳ ଦେବଦତ ମହନ୍ତ, ବିଡିଓ ପ୍ରଜ୍ଞା ପ୍ରିୟଦର୍ଶନୀ, ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯେ୍ୟାଧନ ଗୌଡ, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର ନାଥ ମଲାଣ, ବ୍ଲକ ସାମାଜିକ ସମୀକ୍ଷକ, ଏ ପି ଓ ରଞ୍ଜନ କୁମାର ନାହାକଙ୍କ ସମେତ ଜିଲ୍ଲାପରିଷଦ ସଦସ୍ୟ, ସରପଂଚ, ସମିତିସଭ୍ୟ, କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆରଏସ୍, ଗାଁ ସାଥି ପ୍ରମୁଖ ଉପସ୍ଥିତ ଥିଲେ ।