ସିଦ୍ଧାର୍ଥ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

କୋଟପାଡ଼, ୧୨/୨୪ (ସୁନୀଲ ଦାଶ) : କୋଟପାଡ଼ ସ୍ଥିତ ସିଦ୍ଧାର୍ଥ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ସମ୍ମାନୀତ ଅତିଥି ଭାବେ ଶ୍ରୀମତି ପଦ୍ମିନୀ ଦିଆନ, ମୁଖ୍ୟ ବକ୍ତା ଭାବେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋଟପାଡ଼ ଏନ୍ଏସି ଅଧ୍ୟକ୍ଷ ଶ୍ରୀ ଏମ ଶଙ୍କର ରାଓ, ବିଦ୍ୟାଳୟର ସମ୍ପାଦକ ପଙ୍କଜ କୁମାର ପାତ୍ର, ଯୁଗ୍ମ -ସମ୍ପାଦକ ଶ୍ରୀ ଗଣେଶ ଚନ୍ଦ୍ର ପଣ୍ଡା, ସଭାପତି ଜିତେନ୍ଦ୍ର ମହାପାତ୍ର ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ ।

ଆୟୋଜିତ ୨୯ ତମ ବାର୍ଷିକ ଉତ୍ସବରେ ବିଭିନ୍ନ ପ୍ରତଯୋଗୀତାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଚ୍ଚ ଶତକଡା ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନଙ୍କ ସମ୍ମୁଖରେ ଉତ୍ସାହିତ କରିଥିଲେ । ପରିଶେଷରେ ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ନୃତ୍ୟ ମାଧ୍ୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରି ଅଭିଭାବକଙ୍କ ମନକୁ ବିମୋହିତ କରିଥିବା ଦେଖିବାକୁ ମିଳିଥିଲା ।