ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ପାଇଁ ଦାବି…

ବେଗୁନିଆପଡା, ୯/୧ (ବାପୁନି କୁମାର ମାଲୁ) : ଅଖିଳ ଭାରତ ଅନୁବନ୍ଧିତ ଓଡିଶା କୃଷକ ସଭା ପକ୍ଷରୁ ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ବେଗୁନିଆପଡା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ପାଇଁ ଆଦିବାସୀ ଗାଁ ମାନଙ୍କରେ ପଲ୍ଲୀ ସଭା କରିବା, ଲୋକଙ୍କୁ ମନରେଗା ଯୋଜନାରେ କାମ ଦେବା. ସମସ୍ତ ବୃଦ୍ଧ ଓ ବୃଦ୍ଧାଙ୍କୁ ଭତା ପ୍ରଦାନ କରିବା, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବା, ଆଦିବାସୀ ଗ୍ରାମ ଗୁଡିକରେ ଷ୍ଟ୍ରିଟ ଲାଇଟ ଲଗାଇବାର ବ୍ୟବସ୍ଥା କରିବା, ଜଳସେଚନ ପାଇଁ ଚେକ ଡ୍ୟାମ ନିର୍ମାଣ କରିବା ଦାବି ନେଇ ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲା ସମ୍ପାଦକ ଅଜୟ ଗୌଡ଼, ବ୍ଲକ ସଭାପତି ମୋଚିଆ ଶବର, ନିରାଶ ଜାନି, ଶଶୀ ଭୂଷଣ ନାୟକ, ଲଡ଼ୁ ପ୍ରଧାନ, ଉଦୟ ପ୍ରଦାନ, ମଙ୍ଗଳା ଶବର ପ୍ରମୁଖ ଯୋଗ ଦେଇ ବିଡିଓଙ୍କୁ ଦାବିପତ୍ର ଦେଇଥିଲେ ।