ନୂଆ ଓ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆଠମଲ୍ଲିକ, ୯/୧ (ଧନଞ୍ଜୟ ନାୟକ) : ଆଠମଲ୍ଲିକ ବ୍ଲକ ମଇମୁରା, କନ୍ତପଡ଼ା ଓ ଠାକୁରଗଡ଼ ପଂଚାୟତରେ ପଂଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟେକ ପଂଚାୟତରୁ ହାରାହାରି ୬୦୦ ଲୋକ ଭାଗ ନେଇଥିଲେ । ମଇମୁରା ସରପଂଚ ଲତା ସେଠୀ, କନ୍ତପଡ଼ା ସରପଂଚ ସୁଶ୍ରୀ ସୁଭସ୍ମିତା ବାଙ୍କ ଓ ଠାକୁରଗଡ଼ ସରପଂଚ ଚାରୁଲତା ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରତି ପଂଚାୟତରେ ଗୋଟିଏ ସ୍ୱାସ୍ଥ୍ୟ ଶିବିର, ଗୋଟିଏ ପୋଷଣ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମିଶନ ଶକ୍ତି, କୃଷି, ଜଙ୍ଗଲ, ମତ୍ସ୍ୟ, ଉଦ୍ୟାନ କୃଷି, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, କେନ୍ଦୁ ପାତ୍ର, ସାମାଜିକ ସୁରକ୍ଷା, ପଂଚାୟତିରାଜ ଇତ୍ୟାଦି ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କୁ ନିଜ ନିଜ ବିଭାଗର ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ ।
ବିଗତ ୫ ବର୍ଷରେ ପଂଚାୟତରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ସମ୍ବନ୍ଧୀୟ ଏକ ପତ୍ରିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ଠାକୁରଗଡ଼ ପଂଚାୟତରେ ୨୨ଟି ଭିନ୍ନକ୍ଷମ ପରିଚୟ ପତ୍ର ହିତାଧିକାରୀଙ୍କୁ ବଂଟନ କରାଯାଇଥିଲା । ମୋଟ୍ ୩ ଲକ୍ଷ ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଦାନ କରାଯିବା ସହ ୮ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା । କନ୍ତପଡ଼ା ପଂଚାୟତରେ ମୋଟ ୧ ଲକ୍ଷ ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ୨ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଦାନ କରାଯାଇଥିଲା । ଏହା ଛଡ଼ା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ, ସହକାରୀ ନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ, ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକରୀ ସୁଟିଖିନା ମହାପାତ୍ର, ପଂଚାୟତ ନିର୍ବାହୀ ଅଧିକାରୀ ନିମେଇଁ ଦେହୁରୀ, ଜିଆରଏସ ଅନିଲ କୁମାର ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ ।