କୋରାପୁଟ ଜିଲ୍ଲା ପୋଲିସ କନେଷ୍ଟବଳ ଓ ହାବିଲଦାର ସଂଘର ନିର୍ବାଚନୀ ଫଳାଫଳ…

କୋରାପୁଟ, ୨/୨ (ସୁନୀଲ ଦାଶ) : କୋରାପୁଟ ଜିଲ୍ଲା ପୋଲିସ କନେଷ୍ଟବଳ ଓ ହାବିଲଦାର ସଂଘର ୨୦୨୪ ପାଇଁ ନିର୍ବାଚନୀ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନୀରେ ହାବିଲଦାର ଗିରିଜା ଶଙ୍କର ନାୟକ ସଂଘ ସଭାପତି ଭାବେ ଚୟନ ହୋଇଥିବା ବେଳେ ହାବିଲଦାର ନକୁଳ ସୁନା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସଂଘୀୟ ପଦାଧିକାରୀ ଭାବେ ଉପସଭାପତି ରୂପେ ଧନେଶ୍ୱର ମୁଦୁଲି ଦାଇତ୍ୱ ପାଇଥିବାବେଳେ, ଶୁଭ୍ରାଂଶୁ ଗୌଡ଼ ଏବଂ ରାଜ କିଶୋର ସାଗର ଯୁଗ୍ମ ସମ୍ପାଦକ ଭାବେ ଚୟନ ହୋଇଛନ୍ତି । କୋଷାଧ୍ୟକ୍ଷ ରୂପେ ଗୌରୀ ଶଙ୍କର ଚେଟା ନିର୍ବାଚିତ ହୋଇଥିବା ବେଳେ, ଆରାମ ପାତ୍ର କୁଲଦୀପ, ସଂଜୀବ ବିଶୋଇ, ଡମ୍ବୁରୁ ହନ୍ତାଳ, ରେଶୁ ଶିବଶଙ୍କର,ସମନାଥ ହରିଜନ ପ୍ରମୁଖ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । କୋରାପୁଟର ଜିଲ୍ଲା ସୁପୁରିଟେଣ୍ଡେଣ୍ଟ ଶ୍ରୀ ଅଭିନ୍ୱ ସୋନକାର ଜିଲ୍ଲା ପୋଲିସର ନବ ନିର୍ବାଚିତ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣେଇବା ସହ କୋରାପୁଟ ଜିଲ୍ଲା ପୋଲିସରେ କିଭଳି ଉତ୍ତମ କାର୍ଯ୍ୟ ବ୍ୟବସ୍ଥା ଓ ଦକ୍ଷତା ବୃଦ୍ଧି ପାଇଁ ସଂଘ ପ୍ରଚେଷ୍ଠିତ ରହିବ ଏନେଇ ଆଶାବ୍ୟକ୍ତ କରିଥିଲେ ।