୧୨ ତାରିଖରୁ ଭୁବନେଶ୍ୱରରେ ‘କୃଷି ଓଡିଶା – ୨୦୨୪’…

ଭୁବନେଶ୍ୱର, ୧୦/୧ (ଅଭିଜିତ୍ ସିଂ) : ଓଡିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତକରଣ ବିଭାଗ ପକ୍ଷରୁ ଆସନ୍ତା ଜାନୁଆରୀ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ ‘କୃଷି ଓଡିଶା – ୨୦୨୪’ । ଚଳିତ ବର୍ଷ କୃଷି ଓଡିଶାର ବିଷୟବସ୍ତୁ ରହିଛି ‘କୃଷି ପ୍ରଗତିରେ ମହିଳା’ । ଏଥିରେ ରାଜ୍ୟରେ କୃଷି, ଉଦ୍ୟାନ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମସô୍ୟ ଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ରହିଥିବା ହତ୍ ନିବେଶର ସୁଯୋଗୁଡିକୁ ପ୍ରଦର୍ଶିତ କରିବ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକ ସମୁଦାୟ ଏବଂ ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଶୁଭ ଉଦଘାଟନ କରିବ ।
ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫୦୦୦ ମହିଳା କୃଷକ, ୨୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କୃଷି ଉଦ୍ୟୋଗୀମାନେ ଏଥିରେ ଅଂଶଗ୍ରହଣ କରିବେ । ଏଥିରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ, କେନ୍ଦ୍ର ସରକାର, ଆଇସିଏଆର୍ ପ୍ରତିଷ୍ଠାନ, ସିଜିଆଇଏଆର୍ ପ୍ରତିଷ୍ଠାନ, ବେସରକାରୀ ସଂଗଠନଗୁଡିକର ସହେଯାଗରେ ୧୭ଟି ବୈଷୟିକ ଅଧିବେଶନ, କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର, ସେମିନାର, କୃଷକ ସୁବିଧା କେନ୍ଦ୍ର, ଅଭିଜ୍ଞତା ଶିକ୍ଷା କେନ୍ଦ୍ର, କୃଷି ଯନ୍ତ୍ରୁାତିଗୁଡିକର ପ୍ରଦର୍ଶନ, କୃଷି ଉତ୍ପାଦଗୁଡିକୁ ପ୍ରଦର୍ଶିତ କରୁଥିବା ମଣ୍ଡପ, ପୁରସ୍କାରପ୍ରାପ୍ତ ମହିଳା କୃଷକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ପାଇଁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ଏହାସହ ରାଜ୍ୟର ୩୦ଟି ଜିଲ୍ଲାରୁ ସଫଳ କୃଷି ମଡେଲରେ ନିଜର ଉକ୍ରର୍ଷକୁ ପ୍ରଦର୍ଶିତ କରିଥିବା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଗ୍ରଣୀ କୃଷକ, କୃଷି ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି ।