ବନ୍ଧୁତ୍ୱପର୍ଣ୍ଣ କ୍ରିକେଟ୍ ମ୍ୟାଚରେ ଜିତିଲା ବ୍ଲକ୍ ପ୍ରଶାସନ ଏକାଦଶ…

କନ୍ଧମାଳ, ୬/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମିନିଷ୍ଟାଡିୟମରେ ଫିରିଙ୍ଗିଆ ପ୍ରେସ୍ କ୍ଳବ୍ ଏକାଦଶ ଓ ବ୍ଲକ୍ ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେଇଯାଇଛି । ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କ୍ରିକେଟ୍ ଟୁର୍ନାମେଂଟରେ ପ୍ରେସ୍ କ୍ଲବ୍ ଏକାଦଶ ତରଫରୁ କ୍ଳବର ମୁଖ୍ୟ ଉପଦେଷ୍ଟା ମହାଦେବ ସାହୁ କ୍ୟାପଟେନ୍ ଭାବରେ ନେତୃତ୍ୱ ନେଇଥିବା ବେଳେ ବ୍ଲକ୍ ପ୍ରଶାସନ ଏକାଦଶ ତରଫରୁ ବ୍ଲକର ମୁଖ୍ୟ କିରାଣୀ ମାନସ କୁମାର ସେଠି କ୍ୟାପଟେନ୍ ଭାବରେ ନେତୃତ୍ୱ ନେଇଥିଲେ । ଟସ୍ ଜିତି ବ୍ଲକ୍ ଏକାଦଶ ବ୍ୟାଟିଂ ନିଷ୍ପତି ନେଇଥିବା ବେଳେ ପ୍ରେସ ଏକାଦଶ ଫିଲଡିଂ କରିଥିଲା । ଅନ୍ୟପଟେ ବ୍ୟାଟିଂ କରି ବ୍ଲକ୍ ଏକାଦଶ ସମୁଦାୟ ୧୫ ଓଭରରେ ତିନି ଉଇକେଟ ହରାଇ ୧୬୩ ରନ୍ କରିଥିବା ବେଳେ ପ୍ରେସ୍ କ୍ଳବ୍ ଏକାଦଶ ୧୫ ଓଭରରେ ଚାରୋଟି ଉଇକେଟ ହରାଇ ୧୫୧ ରନ୍ କରି ପରାଜିତ ହୋଇଥିଲା ।
ଅମ୍ପେୟାର ଭାବରେ ଅଂଚଳର ଜଣାଶୁଣା କ୍ରୀଡ଼ା ସଂଗଠକ ବିଭୁଦତ୍ତ ମୁଖିଙ୍କ ସହ ବ୍ଲକ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ଭାବନି ଦେଓ ଓ ଟିଂକୁନ ଦିଗାଳ ଖେଳ ପରିଚାଳନା କରିଥିଲେ । ବ୍ଲକ୍ ପ୍ରଶାସନ ତରଫରୁ ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନାଙ୍କ ସହ କନିଷ୍ଠ ଯନ୍ତ୍ରୀ ଲୀନ୍ମୟ ସ୍ୱାଇଁ, ଜୀବିକା ମିଶନରେ କାର୍ଯ୍ୟରତ ସଂଗ୍ରାମ କେଶରୀ ସାହୁ ଓ ରତିକାନ୍ତ ସାହୁ, ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ସୁମନ୍ତ ଉଠାଣସିଂ, ଡିଇଓ ଜିତେନ୍ଦ୍ର ଆଚାର୍ଯ୍ୟ, ଜିଆରଏସ ଗୌରାଙ୍ଗ କହଁର, ନରୋତ୍ତମ କହଁର, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚକ୍ରଧର ମହାରଣା, ଯୋଗାଣ ବିଭାଗ ଡିଇଓ ବିକାଶ ବିଶ୍ୱାଳ, ମିଶନଶକ୍ତି ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ବାଦଲ କୁମାର ନାଏକ, ଆରଏଚ ବିପିଓ ପଦ୍ୟୁଷ ମହାନ୍ତି, ଜିଆର୍ ଏସ୍ ପୁରଞ୍ଜନ କହଁର ପ୍ରମୁଖ ଖେଳାଳି ଭାବରେ ଯୋଗ ଦେଇଥିଲେ । ସେହିପରି ପ୍ରେସ୍ ଏକାଦଶ ପକ୍ଷରୁ ପ୍ରେସ କ୍ଲବ ସଭାପତି ଉତ୍ତମ ଖମାରି, କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି, ଉପଦେଷ୍ଟା ଶରତ ମିଶ୍ର, ସଂଯୋଜକ ହୂରଞ୍ଜନ ସେଠି, ଗୋଲକ ବିହାରୀ କହଁର, ସହ ସମ୍ପାଦକ ହେମନ୍ତ ନାଏକ, ଦେବାଶିଷ ଦିଗାଳ, ପ୍ରଶାନ୍ତ କହଁର, ମୃତ୍ୟୁଞ୍ଜୟ ଦିଗାଲ, ସୁନାସିର ଦିଗାଲ, ସଞ୍ଜୟ କୁମାର ସାହୁ ପ୍ରମୁଖ ଖେଳାଳି ଭାବରେ ଯୋଗ ଦେଇଥିଲେ । ଖେଳ ଶେଷରେ ଉଭୟ ବିଜେତା ଓ ଉପବିଜେତା ଦଳକୁ ବ୍ଲକ ପ୍ରଶାସନ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିବା ବେଳେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରେଶ ରଥ ଉପସ୍ଥିତ ରହି ସହଯୋଗ କରିଥିଲେ ।