ଓଡିଶା

ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ

ଘସିପୁରା, /୧ (ସ୍ମୃତି ରଞ୍ଜନ ବିହାରୀ) : ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ପୁରୁଣା ଦାବି ସହ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛନ୍ତି ଡ୍ରାଇଭର ମହାସଂଘ । ଏହି ଆନ୍ଦୋଳନ କାରଣରୁ ବିଭିନ୍ନ ଅଞ୍ଚଳରେ ପ୍ରଭାବ ପଡିନଥିବା ବେଳେ ଆନନ୍ଦପୁର ବ୍ଲକର ହଜାର ହଜାର ଡ୍ରାଇଭର ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆନ୍ଦୋଳନାତ୍ମକ ସଭାରେ ଏକତ୍ରିତ ହୋଇ ଶାନ୍ତି ଶୃଙ୍ଖଳାରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ନିଷ୍ପତ୍ତିି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି । ଗାଡି ବନ୍ଦ ହେବା ଦ୍ୱାରା ଆଗାମୀ ଦିନରେ ସ୍ଥିତି ସଂଗୀନ ହେବାର ରୁପନେବ ବୋଲି ଆଶଙ୍କା ରହିଛି । ଏହି ବିବାଦର ସମାଧାନ ନହେଲେ ପରିବାଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ଦରଦାମ ଉପରେ ଏହାର ପ୍ରଭାବ ପଡିପାରେ ବୋଲି ପ୍ରକାଶ କରିଛନ୍ତି ବରିଷ୍ଠ ବୁଦ୍ଧିଜୀବୀ ।
ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ସହ ଡ୍ରାଇଭରଙ୍କୁ ରାଜ୍ୟ ସରକାରଙ୍କ ଘୋଷଣା କରିଥିବା ବୀମା ଯୋଗାଇ ଦେବାକୁ ଦାବି ରଖିଛନ୍ତି । ଗତ ୩ ମାସ ଭିତରେ ବୀମା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନି ବୋଲି ଅଭିଯୋଗ କରିଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଡ୍ରାଇଭର ମହାସଂଘ ସଭାପତି ସତ୍ୟାନନ୍ଦ ସାହୁ, ଉପସଭାପତି ଶ୍ରୀକାନ୍ତ ବାରିକ, ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତ, ସହସମ୍ପାଦକ ଅଶୋକ ବାରିକ, କୋଷାଧକ୍ଷ ରଞ୍ଜନ କୁମାର ସାହୁ, ଉପଦେଷ୍ଟା ଶ୍ରୀନିବାସ ପାଲ ଏବଂ ଅଞ୍ଚଳର ଡ୍ରାଇଭର ମାନେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା