ଓଡିଶା

ଶିକ୍ଷାବିତ କୃଷ୍ଣଚନ୍ଦ୍ର ସାହୁଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ସଭା…

ମାହାଙ୍ଗା, ୫/୧ (ଅଭୟ ଜେନା) : ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁଙ୍କ ଏକାଦଶାହ ତିଥିରେ ରଘୁନାଥ ନଗର ନିକଟସ୍ଥ ଉଷୁମାପାଟଣା ଗ୍ରାମରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ସମାଜସେବୀ ହେମନ୍ତ କୁମାର ଦାସଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ସାହୁ ଜଣେ ଆଦର୍ଶ ପ୍ରଧାନଶିକ୍ଷକ ଏବଂ ଆଧ୍ୟାତ୍ମିକବାଦୀ ପୁରୁଷ ଭାବେ ମାହାଙ୍ଗା ସାଲେପୁର ଅଂଚଳରେ ବେଶ ସୁଖ୍ୟାତି ଅର୍ଜ୍ଜନ କରିଥିଲେ । ତାଙ୍କ ଅମ୍ଲାନ ସ୍ମୁତିରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସୁସାହିତ୍ୟିକ ଅଖିଳେଶ ମହାନ୍ତି ଯୋଗଦେଇ ଏହି କୃତବିଦ୍ୟ ଯଶସ୍ୱୀ ଗୁରୁଙ୍କ ପାଇଁ ମାହାଙ୍ଗା ମାଟି ଗର୍ବିତ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ସାହିତ୍ୟିକ ଭାବଗ୍ରାହୀ ରାଉତ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ପ୍ରଦୀପ୍ତ କୁମାର ସୁତାର, ସାମାଜିକକର୍ମୀ ଯତୀନ୍ଦ୍ର ନାଥ ମହାନ୍ତି, ଶିକ୍ଷାବିତ ସୁଶାନ୍ତ କୁମାର ବେହୁରା,ଯୁବ ସଂଗଠକ ତ୍ରିନାଥ ଯେନା, ସମିତିସଭ୍ୟ ଦୁର୍ଗା ପ୍ରସାଦ ବାରିକ,ସାମ୍ବାଦିକ ବିଜୟ କୁମାର ଜେନା, ପୂର୍ବତନ ସରପଂଚ ଅଶୋକ କୁମାର ବିଶ୍ୱାଳ, ଆଇନୀଜୀବୀ ପ୍ରବୀଣ କୁମାର କାନୁନଗୋ, କ୍ଷୀରୋଦ କୁମାର ସାହୁ, ଆଶୁତୋଷ ସ୍ୱାଇଁ, ଗୁରୁପ୍ରସାଦ ସାହୁ, ଜାଗୃତି ସାହୁ, ସତ୍ୟ ପ୍ରସାଦ ସାହୁ, ଓମ ପ୍ରସାଦ ସାହୁ, ରୁଦ୍ର ପ୍ରସାଦ ସାହୁ, ବିଷ୍ଣୁ ଚରଣ ସାହୁ, ସୌମ୍ୟ ରଞ୍ଜନ ସାହୁ, ରଜନୀକାନ୍ତ ସାହୁ ପ୍ରମୁଖ ସ୍ୱର୍ଗତ ସାହୁଙ୍କୁ ଜଣେ କର୍ମଯୋଗୀ ବହୁମୁଖୀ ପ୍ରତିଭାର ଅଧିକାରୀ ବୋଲି କହିବା ସହିତ ତାଙ୍କ କୀର୍ତ୍ତି ଓ କୃତିର ସାମଗ୍ରିକ ସଫଳତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଭଜନ-କୀର୍ତ୍ତନ ପରିବେଷଣ ସହିତ ଶ୍ରୀମଦ ଭଗବତ ଗୀତାର ସାରତତ୍ୱ ଉପରେ ଆଲୋଚନା କରାଯାଇଥିଲା । ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଦିବଂଗତ କୃଷ୍ଣ ଚନ୍ଦ୍ରଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।

Free2speak

About Author

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା