ଗାଁ ଗାଁ ବୁଲିବ BSKY ନବୀନ କାର୍ଡର ସଚେତନତା ରଥ

ଜଗତସିଂହପୁର, ୫/୧ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ BSKY ନବୀନ କାର୍ଡର ଶୁଭାରମ୍ଭ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ପାରୁଲ ପଟାୱାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ୪ଟି BSKY ନବୀନ କାର୍ଡ ରଥକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା କ୍ଷେତ୍ରବାସୀ ଦାଶଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ନର୍ସିଂ ଛାତ୍ରଛାତ୍ରୀମାନେ ରହିି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଏହି ରଥ ସାରା ଜିଲ୍ଲା ପରିକ୍ରମା କରିବା ସହିତ BSKY ନବୀନ କାର୍ଡ କିପରି ଆବେଦନ କରିବେ ସେ ସମ୍ପର୍କରେ ସୂଚନା ପ୍ରଦାନ କରିବ । ଜିଲ୍ଲାର ୮ଟି ବ୍ଲକ ଓ ୨ଟି ମୁନିସିପାଲଟି ଏହି ରଥ ପରିକ୍ରମା କରିବା ସହିତ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।