ନାଇଜରରେ ଅନୁଷ୍ଠିତ ହେବ ଏମ୍ବୋ- ଆଇଏସ୍ ପିପି ଉଦ୍ଭିଦ ବିଜ୍ଞାନ ସମ୍ମିଳନୀ…

ଜଟଣୀ, ୪/୧ (ପ୍ରଶାନ୍ତ କୁମାର ସାହୁ) : ଓଡିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ନାଇଜରରେ ଅନୁଷ୍ଠିତ ହେବାକୁ ଯାଉଛି ଏମ୍ବୋ-ଆଇଏସ୍ ପିପି ଉଦ୍ଭିଦ ବିଜ୍ଞାନ ସମ୍ମିଳନୀ । ଏହି ସମ୍ମିଳନୀ ଆସନ୍ତା ଜାନୁଆରୀ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୪ ଦିନ ବ୍ୟାପି ଏହି ସମ୍ମିଳନୀରେ ଗଛ ଉପରେ ଆଲୋକ ଓ ଉତାପର ପ୍ରଭାବ, ଆଲୋକର ବ୍ୟବହାରରେ ଉଦ୍ଭିଦ ତଥା କୃଷିର ଉନ୍ନତି ଯାହା କୃଷକ ମାନଙ୍କ ପାଇଁ ଉପାଦେୟ ହେବ, ସେଇ ସବୁ ବିଷୟ ଉପରେ ଆଲୋଚନା ହେବ । ୨୦୦୧ ମସିହାରେ ଆମେରିକାରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ସମ୍ମିଳନୀ ତାର ଏକାଦଶ ତମ ସମ୍ମିଳନୀକୁ ଭାରତରେ କରିବାକୁ ମନସ୍ଥ କରିଥିଲା ଯାହାକୁ ନାଇଜରଠାରେ ଆୟୋଜନ କରାଯାଇଛି । ଏହି ସମ୍ମିଳନୀରେ ନାଇଜର ତଥା ଓଡିଶାରୁ ଭାଗ ନେଉଥିବା ବୈଜ୍ଞାନିକ ତଥା ଗବେଷକମାନେ ସ୍ଥାନୀୟ ସମସ୍ୟାକୁ ଲୋକ ଲୋଚନକୁ ଆଣିପାରିବେ ଓ “ଲୋକାଲ ଫର୍ ଭୋକାଲ୍’ ଯାହା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଛି ତାହାକୁ ରୂପାୟନ କରିବା ପାଇଁ ଏହା ଏକ ସ୍ୱତନ୍ତ୍ର ସ୍ଥାନ ବୋଲି ଆଲୋଚନା ହୋଇଥିଲା ।
ଏହି ସମ୍ମିଳନୀରେ ୪ ଟି ମହାଦେଶ ଯଥା : ଏସିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଏବଂ ୟୁରୋପରୁ ୮୮ ଜଣ ଉଦ୍ଭିଦ ବୈଜ୍ଞାନିକ ଯୋଗ ଦେବେ । ସେଥିମଧ୍ୟରୁ ଭାରତରୁ ୨୦୦ ରୁ ଉର୍ଦ୍ଧ୍ୱ ବୈଜ୍ଞାନିକ ଯୋଗ ଦେବେ । ଏହି ସମିଳନୀରେ ନିଷ୍କର୍ସ ଯେମିତି କୃଷିର ଉନ୍ନତି କରିପାରିବ ସେଥିପ୍ରତି ସଚେତନତା ସୃଷ୍ଟି କରାଯିବ । ଏହି ସମ୍ମିଳନୀକୁ ଆୟୋଜନ କରିବା ପାଇଁ ଜର୍ମାନୀର ଏମ୍ବୋ, ଭାରତର ପରମାଣୁ ଉର୍ଜା ବିଭାଗ ନାଇଜର : ଭାରତୀୟ କୃଷି ଗବେଷଣା କାଉନସିଲ, ସି ଏସ୍ ଆଇ ଆର୍, ଏସ୍ ଇ ଆର୍ ବି, ଡିବିଟି ଓ ଇନସା ଆଦି ଅନୁଷ୍ଠାନ ସହୋଯାଗର ହାତ ବଢେଇଛନ୍ତି । ଆନ୍ତର୍ଜାତିକ ସ୍ତରର ଏହି ସ୍ୱତନ୍ତ୍ର ସମ୍ମିଳନୀ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ନାଇଜରର କୁଳ ସଚିବ ଡଃ ଅଭୟ ନାୟକ କହିଛନ୍ତି ।