୨୨ କେଜି ଗଞ୍ଜେଇ ସହ ଯୁବକ ଗିରଫ…

କୋରାପୁଟ, ୨୬/୧୨ (ସୁନୀଲ ଦାଶ) : ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକକୁ କାବୁ କଲା କୋଟପାଡ଼ ପୋଲିସ । ଘଟଣାରେ ଯୁବକକୁ ଗିରଫ କରାଯିବା ସହିତ ତା ନିକଟରୁ ଏକ ସ୍କୁଟି ଗାଡିନଂ -CG17KV3213 ଏବଂ ୨୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲା ସୋମ କୁମାର ନାଗ, ପିତା ଗୁଡ଼ୁଲୁ ନାଗ । ଯୁବକ ଜଣକ ଛତିଶଗଡ ରାଜ୍ୟର ଜଗଦଳପୁରର ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଏ ନେଇ କୋଟପାଡ଼ ପୋଲିସ NDPS କେଶ ନଂ-୨୬୦ ଧାରା – ୨୦(ବି) (ଆଇ. ଆଇ)(ସି) ରେ ଏକ ମାମଲା ରୁଜୁ କରି ସୋମ କୁମାର ନାଗକୁ କୋର୍ଟ ଚଲାଣ କରିଛି । ତଥ୍ୟ ଅନୁସାରେ, ସୋମ ମଧ୍ୟରାତ୍ରିରେ ଚୋରା ରାସ୍ତା ଦେଇ ଛତିଶଗଡ ଅଭିମୁଖେ ଯାଉଥିଲା । କୋଟପାଡ଼ ପୋଲିସ ରାତ୍ରି ଗସ୍ତରେ ରହିଥିବା ସମୟରେ ସନେ୍ଦହ ହେବାରୁ ଉକ୍ତ ସ୍କୁଟିର ପିଛା କରିବା ପରେ ଯୁବକକୁ ଅଟକାଇ ଛାନଭିନ୍ କରିବା ପରେ ତା ନିକଟରୁ ୨୨ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି ।