ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଲା ବଡ଼ଦିନ ପର୍ବ…

କନ୍ଧମାଳ, ୨୬/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଟିକାବାଲି, ରାଇକିଆ, ଘୁ ଉଦୟଗିରି, କୋଟଗଡ଼, ଦାରିଙ୍ଗିବାଡ଼ି, ତୁମ୍ବୁଡ଼ିବନ୍ଧ, ଖଜୁରୀପଡ଼ା, ଫୁଲବାଣୀ, ଫିରିଙ୍ଗିଆ, ଚକାପାଦ ଓ ବାଲିଗୁଡ଼ା ସମେତ ଜିଲ୍ଲାର ସମଗ୍ର ଅଞ୍ଚଳରେ ଅତି ଆନନ୍ଦ ଉଲ୍ଲାସର ସହ ବଡ଼ଦିନ ଖ୍ରୀଷ୍ଟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ସେହିପରି ଟିକାବାଲି ବ୍ଲକରେ ଥିବା ଡୁଟୁକାଗାଁ ଚର୍ଚରେ ବଡ଼ଦିନ ପର୍ବ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଦନ ମଳିକ ଓ ବ୍ଳକ ଅଧ୍ୟକ୍ଷ ଦିଲୀପ କହଁର ଯୋଗଦେଇ ଖ୍ରୀଷ୍ଟୀୟ ଭାଇଭଉଣୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରେମର ବାର୍ତା ଦେଇଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ରେଭ. ରମାକାନ୍ତ ମଳିକ ଯୋଗଦେଇ ଖ୍ରୀଷ୍ଟ ଯୀଶୁଙ୍କ ବାଣି ଶିକ୍ଷା ଦେଇଥିଲେ । ଚର୍ଚର ସଭାପତି ଦଣ୍ଡପାଣି ମଳିକ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ଶସାଙ୍କସେଖର ଦିଗାଳ, ରଞ୍ଜିତ ଦିଗାଲ,କବିରାଜ ଦିଗାଲ,ରାଜେଶ ଦିଗାଲ ଏବଂ ବିନୋଦ ଦିଗାଲ ସମୂହ । ଟିକାବାଲିର ସେଣ୍ଡଯୋନ ଇଂରାଜୀ ବିଦ୍ୟାଳୟର ପରିଚାଳକ ରଞ୍ଜିତ ଦିଗାଲଙ୍କ ଦ୍ୱାରା ବିଧବା ମାଁ ମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ସେହିପରି ତେଙ୍ଗେଡାପଥର ଚର୍ଚରେ ମଧ୍ୟ ଫାଦର ଲେବିୟ ରଈତଙ୍କ ଅଧ୍ୟକ୍ଷତାରେ ବଡଦିନ ମହାଆଡମ୍ବରରେ ପାଳିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକା ଅଜୟନ୍ତି ପ୍ରଧାନ ଯୋଗଦେଇ ଶୁଭେଛା ଜ୍ଞାପନ କରିଥିଲେ ।
ବେଲାଡାଡି ଚର୍ଚରେ ନିରଞ୍ଜନ ଦିଗାଲଙ୍କ ନେତୃତ୍ୱରେ, କଟିମାହା ଚର୍ଚରେ ବାବୁଲି ଦିଗାଲଙ୍କ ନେତୃତ୍ୱରେ, ଗଣ୍ଡଗାଁ ଏବଂ ବୁଜିଲିମେଣ୍ଡି ଚର୍ଚରେ ଟିମ୍ଫା ଦିଗାଲଙ୍କ ନେତୃତ୍ୱରେ, ପ୍ରଧାନପଡା ଚର୍ଚରେ ମନୁ ଦିଗାଲଙ୍କ ନେତୃତ୍ୱରେ, ପିପୁଡିଦେଇ ଚର୍ଚରେ ଆମୋଶ ନାୟକଙ୍କ ନେତୃତ୍ୱରେ ବଡଦିନ ପର୍ବ ମହାଆଡମ୍ବରରେ ଏବଂ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି ଅବସରରେ ଟିକାବାଲି ପୋଲିସ ପକ୍ଷରୁ ଥାନା ଅଧିକାରୀଣୀ କଲ୍ୟାଣିମୟି ସେଣ୍ଡଙ୍କ ନେତୃତ୍ୱରେ ପୋଲିସ ପେଟ୍ରୋଲିଙ୍ଗ କଡାକଡି କରାଯିବା ସହ ଛକ ଜାଗାରେ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା ।