ଅପ୍ରାକୃତିକ ଯୌନ ସମ୍ବନ୍ଧ ହିଁ ହତ୍ୟାର କାରଣ, ସୂଚନା ଦେଲେ ଡିସିପି…

ସାଲେପୁର, ୨୬/୧୨ (ଅଭୟ ଜେନା) : ବହୁ ଚର୍ଚ୍ଚିତ କଟକ ଜଗତପୁର ଥାନା ପୂର୍ବକଛ ଗାଁରେ ଘଟିଥିବା ନାବାଳକ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି କଟକ କମିସନରେଟ ପୋଲିସ । ଗତ ୧୭ ତାରିଖ ଦିନ ହୋଇଥିବା ହତ୍ୟାକାଣ୍ଡ ସମ୍ପର୍କରେ ଜଗତପୁର ଥାନାରେ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଡିସିପି । ବାବୁଲି ପଣ୍ଡା ନାମକ ଯୁବକ ଯୌନ ଶୋଷଣ କରିଥିବା ସୂଚନା ଦେଇଛନ୍ତି ଡିସିପି । ବାବୁଲିକୁ ପୋଲିସ ସିନ୍ ରି-କ୍ରିଏସନ କରିଛି । ଏହି ଘଟଣାରେ ଆସାମୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଡିସିପି ପିନାକ ମିଶ୍ର । ଏଠାରେ ଉଲ୍ଲେଖନୀୟ ଯେ, ସାଲେପୁର ବ୍ଲକ ଜଗତପୁର ଥାନା ପୂର୍ବକଛ ଗ୍ରାମର ଜଗନ୍ନାଥ ବେହେରାଙ୍କ ବାରବର୍ଷର ପୁଅକୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କାରାଯାଇ ପୋଖରୀ ହୁଡା ନିକଟରେ ଫିଙ୍ଗିଥିଲା ଆସାମୀ । ଘଟଣାର ପରଦିନ ସ୍ଥାନୀୟ ଲୋକେ ମୃତ ଶରୀରର ଦେଖି ଥାନାରେ ଖବର ଦେଇଥିଲେ । ଏବଂ ସେବେଠାରୁ ଆରମ୍ଭ ହୋଇଥିଲା ତଦନ୍ତ ।