ଗଣ୍ଡାନାଳି ହାଇସ୍କୁଲ ପଡିଆଠାରେ ଗଣ୍ଡାନାଳି କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

ଢେଙ୍କାନାଳ, ୨୬/୧୨ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳି ହାଇସ୍କୁଲ ପଡିଆଠାରେ GCC ଗଣ୍ଡାନାଳି କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବେ ହିନ୍ଦୋଳର ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ ତ୍ରିନାଥ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁନୀଲ ସ୍ୱାଇଁ, ମାଧପୁର ସରପଞ୍ଚ ଦିଲୀପ ଲେଙ୍କା, ହିନ୍ଦୋଳ ଏନ୍ଏସି ୫ ନମ୍ବର ୱାର୍ଡ କାଉନସିଲର ଦୀପକ ରଞ୍ଜନ ବିଶ୍ୱାଳ, ପ୍ରକାଶ ପରିଡା ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଥମ ଇନିଂସରେ ବାହାଲୁଣ୍ଡା ଦଳ ଟସ୍ ଜିତି ଫିଲଡିଂ କରିବାର ନିଷ୍ପତି ନେଇଥିବା ବେଳେ ପଡା ଏକାଦଶ ବ୍ୟାଟିଂ କରି ବିଶାଳ ୨୨୨ ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ବାହାଲୁଣ୍ଡା ଟିମ୍ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ମାତ୍ର ୧୬୫ ରନ ସଂଗ୍ରହ କରି ପଡା ଏକାଦଶଠାରୁ ପରାସ୍ତ ହୋଇଥିଲା । ଆଞ୍ଚଳିକ ସ୍ତରରେ କ୍ରୀଡାକୁ ପ୍ରୋତ୍ସାହନ ଦେବା ପାଇଁ ଏହିଭଳି କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରୁଥିବା ଆୟୋଜକଙ୍କୁ ଅତିଥିମାନେ ପ୍ରଶଂସା କରିଥିଲେ ।