ଜାତୀୟ ଉପଭୋକ୍ତା ଦିବସ ୨୦୨୩ ପାଳିତ…

ବୌଦ୍ଧ, ୨୫/୧୨ (କୃପା ସିନ୍ଧୁ ସୁନା) : ବୌଦ୍ଧ ଜିଲ୍ଲା ଜାତୀୟ ଉପଭୋକ୍ତା ଦିବସ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖାଉଟି ଅଧିକାର, କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର ଅଧିକାରୀମାନେ ଏବଂ ଇଓଉଡଉ ର ରାଜ୍ୟ ଉପସଭାପତି କୁନା ଦିଗାଲ ଖାଉଟି ଉପଭୋକ୍ତାମାନେ କିପରି ଅଧିକ ସଜାଗ ତଥା କ୍ରିୟାଶୀଳ ହେଇପାରିବେ ସେ ନେଇ ଗୁରୁତ୍ୱ ଦେଇ ଥିଲେ । ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦରିଦ୍ର ଭଞ୍ଜନ ମଦନ ମୋହନ ପାତ୍ର ଅଧ୍ୟକ୍ଷତା କରି ଖାଉଟି ସଚେତନ ଓ ଠକାମୀରୁ କିପରି ରକ୍ଷା ପାଇପାରିବେ ବୋଲି ବାର୍ତ୍ତା ଦେଇଥିଲେ । ବୌଦ୍ଧ ମାପ ବିନ୍ଧାନର ଉପ ନିୟନ୍ତ୍ରକ ଶ୍ରୀଯୁକ୍ତ ରଞ୍ଜନ ରଶ୍ମି ପରିଡ଼ା ଜାତୀୟ ଉପଭୋକ୍ତା ଦିବସ ୨୦୨୩ ଓ ଇ-ବାଣିଜ୍ୟ ତଥା ଡିଜିଟାଲ ବ୍ୟବସାୟ ଯୁଗରେ ଖାଉଟି ସଚେତନତା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଧରଣୀଧର ନାୟକ ଖାଦ୍ୟ ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରିଥିଲେ । ଉକ୍ତ ମାପ ବିଜ୍ଞାନ କର୍ମଚାରୀ , ଉପେନ୍ଦ୍ର କୁମାର ସାହୁ ଏବଂ ଷ୍ଟାପ୍ ସଭାରେ ଡାକ୍ତର ଅନ୍ତର୍ଯ୍ୟାମୀ ବେହେରା, ସୁରଭି ସମ୍ପାଦକ ଶ୍ରୀ ଦାମୋଦର ସାହୁ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ସ୍ୱୟଂସହାୟକ ଗ୍ରୁପର ମହିଳାମାନେ ଉପସ୍ଥିତ ଥିଲେ ।