କୋରାପୁଟକୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର: ୫ଟି ଅଧ୍ୟକ୍ଷ

କୋରାପୁଟ, ୨୫/୧୨ (ସୁନୀଲ ଦାଶ) : ଜୟପୁର ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଘୋଷଣା କରିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ସେ ପ୍ରଥମେ ଜୟପୁର ବିକ୍ରମ ଦେବ ୟୁନିଭର୍ସିଟି ପରିଦର୍ଶନ କରିବା ପରେ ଦଶହରା ପଡିଆରେ ପହଁଚି ସେଠାରେ ବିଶାଳ କର୍ମି ସମାବେଶକୁ କୋରାପୁଟିଆ ଜୁହାର କହିବା ସହ ଉଦବୋଧନ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାକୁ ବହୁତ ଭଲପାଆନ୍ତି । ସେଥିପାଇଁ ଲକ୍ଷ୍ମୀ ଯୋଜନା, ବିଜୁ ପଟ୍ଟନାୟକ ସ୍ୱାସ୍ଥ୍ୟବୀମା ଯୋଜନା ଭଳି ଯୋଜନା ଗୁଡିକ ପ୍ରଥମେ କୋରାପୁଟ ଜିଲ୍ଲାରେ ଆରମ୍ଭ କରି ଜିଲ୍ଲାକୁ ସବୁ ପଞ୍ଚାୟତ ସହ ଯୋଡିଛନ୍ତି । କୋରାପୁଟ ଜିଲ୍ଲା ମୁଖ୍ୟାଳୟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସ୍ଥାପନ କରିବା ସହ ପ୍ରାଧାନ୍ୟତାର ସହିତ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଜୟପୁରରେ ନିର୍ମାଣ କରାଇଛନ୍ତି ଏବଂ ଏଥିପାଇଁ ୧୦୦ କୋଟି ଅର୍ଥ ଖର୍ଚ୍ଚହୋଇ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ସେହିପରି ଭିକ୍ରମ ଦେବ କଲେଜକୁ ୟୁନିଭର୍ସିଟିର ମାନ୍ୟତା ପ୍ରଦାନ କରିଛନ୍ତି । ଜଗନ୍ନାଥସାଗରର ପୁନଃରୁଦ୍ଧାର ପାଇଁ ପ୍ରାୟ ୨୦ କୋଟି ଅର୍ଥ ମଞ୍ଜୁର କରିଛନ୍ତି । ଅପରପକ୍ଷେ ମନ୍ଦିର, ମସଜିଦ, ଗିରିଜା ଗୃହ ଏବଂ କମ୍ୟୁନିଟି ଗୃହ ପାଇଁ ପର୍ଯ୍ୟାୟକ୍ରମେ ଅର୍ଥ ମଞ୍ଜୁର କରାଯାଇଛି । ପଞ୍ଚାୟତବାସୀଙ୍କ ସୁବିଧା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାର ନିଷ୍ପତି ନେଇଛନ୍ତି ।
ସମାବେଶ ପରେ ୫ଟି ଅଧ୍ୟକ୍ଷ ଜୟପୁର ହାଇସ୍କୁଲ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପାଣ୍ଡିଆନଙ୍କ ଗସ୍ତକୁ ନେଇ କୋରାପୁଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।