ବ୍ଲକସ୍ତରୀୟ ଜନଜାତି କ୍ରୀଡା ଓ ସାସ୍କୃତିକ ସମାରୋହ ଉଦଯାପିତ…

ଘସିପୁରା, ୨୧/୧୨ (ସ୍ମୃତି ରଞ୍ଜନ ବିହାରୀ) : କେନ୍ଦୁଝର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଦୁଇ ଦିନ ଧରି ରାମଚନ୍ଦ୍ରପୁର ରାମେଶ୍ୱର ମିନିଷ୍ଟାଡିୟମ ଠାରେ ଚାଲିଥିବା ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଓ ସାଂସ୍କୃତିକ ସମାରୋହ ଆଜି ଉଦଯାପିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତାରେ ଘସିପୁରା ବ୍ଲକ ର ୨୨ ଟି ଜନଜାତି ଫୁଟବଲ ଟିମ ଏବଂ ୮ଟି ସାସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ ।ସେଥି ମଧ୍ୟରୁ ଶ୍ରେଷ୍ଠ ଫୁଟବଲ ଟିମ୍ ଭାବେ ସାମୁକାନେଣ୍ଡିରେ ବେତାଳ କ୍ଲବ ହରବତାଳ ଚମ୍ପିଅନ ଘୋଷିତ ହୋଇଥିଲା ।ରନର୍ସଅପ ଦଳ ଭାବେ ରାଧିକାଦେଇପୁର ପଞ୍ଚାୟତର ଏମଡିଆର କ୍ଲବ ପାତନା ପୁରସ୍କୃତ ହୋଇଥିଲେ । ଚମ୍ପିଅନ ଏବଂ ରନର୍ସଅପ ଦଳକୁ ଯଥାକ୍ରମେ ୧୫ ହଜାର ଏବଂ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ଜନଜାତି ସାଂସ୍କୃତିକ ଦଳ ଭାବେ ଗଡବାନ୍ଧଗୋଡା ପଞ୍ଚାୟତ ହାଡବାହାଳୀ ଦଳ ପ୍ରଥମ ,ଗଁପୁର ପଞ୍ଚାୟତର ନୂହାମାଳିଆ ଦ୍ୱିତୀୟ ଏବଂ ସୀତାରାମ ପୁର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନିୟ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଜିଲ୍ଲା ଜନଜାତି ଉନ୍ନୟନ ଅଧ୍ୟକ୍ଷ ଶ୍ରୀମତୀ ଲକ୍ଷ୍ମୀ ନାଏକ, ଜନଜାତି ଉପାଧ୍ୟକ୍ଷ ନାରାୟଣ ପୂର୍ତ୍ତି, ନର୍ଥ ଓଡିଶା ଫୁଟବଲ ଫେଡେରେସନ କୋଚ ବିରେନ୍ଦ୍ର କୁମାର ମହାନ୍ତ, ଯୁବନେତା ଦେବାଶିଷ ପାତ୍ର, ଜିଲ୍ଲା ଆଦିବାସୀ ଉନ୍ନୟନ ସମିତି ସଦସ୍ୟ ପରେଶ କୁଅଁର, ବ୍ଲକ ଅଧ୍ୟକ୍ଷ ସୁଜାତା ସାହୁ, ସ୍ଥାନିୟ ସରପଞ୍ଚ ପ୍ରଦିପକୁମାର ସାହୁ, ସମିତି ସଭ୍ୟ ମନ୍ମଥ କୁମାର ସାହୁ,ବିଜୟ କୁମାର ଜେନା,ଆଇଟିଡିଏ କନିଷ୍ଟ ଯନ୍ତ୍ରୀ ବିନୟକୁମାର ପଟେଲ ପ୍ରମୁଖ ଯୋଗ ଦେଇ ଶ୍ରେଷ୍ଠ ଫୁଟବଲ ଏବଂ ସାସ୍କୃତିକ ଦଳକୁ ପୁରସ୍କୃତ କରିଥିଲେ । ଖେଳୁଆଡ ମନୋଭାବ ନେଇ ଦୁଇ ଦିନ ଧରି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିବାରୁ ଜନଜାତି ଭାଇ ଭଉଣି ମାନଙ୍କୁ ଅତିଥି ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଖେଳ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳରେ ରହୁଥିବା ଜନଜାତି ଯୁବକ ଯୁବତୀ ମାନଙ୍କ ପ୍ରତିଭା ବିକଶିତ ହୋଇ ପାରିବ ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ । ସୁନିଲ କୁମାର ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇଦିନ ଧରି ଫୁଟବଲ ମ୍ୟାଚ ରେଫରି ଭାବେ କାଳନ୍ଦି ମୁର୍ମୁ, ଭଞ୍ଜ କୁମାର ସୋରେନ, ସୁଶାନ୍ତ ସାମଲ, ମାନସ କୁମାର ଟୁଡୁ, ମାଝିଆ ମୁର୍ମୁ, ସୁନିଲ କୁମାର ଟୁଡୁ କାର୍ଯ୍ୟ ସମ୍ପାଦନ କରିଥିଲେ ।