ସ୍ୱାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ…

ଧର୍ମଗଡ, ୨୧/୧୨ (ନିକୁଞ୍ଜ ଚଲାନ) : ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଳା ସ୍ୱାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆମ ଓଡିଶା ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାଂସ୍କୃତିକ, କ୍ରୀଡା ଓ ସାମାଜିକ ସଚେତନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । କଲେଜର ଅଧକ୍ଷ ଭାରତ ଭୂଷଣ ମୁଣ୍ଡଙ୍କ ସଭାପତିତ୍ୱରେ ଏବଂ ଅଧ୍ୟାପକ ଭବାନୀ ଶଙ୍କର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର କଲେଜର ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡ ଛିନା ମୁଖ୍ୟବକ୍ତା ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର, ହାବସପୁର ସରପଞ୍ଚ ବିକାଶ ରଞ୍ଜନ ପଣ୍ଡା, ଗୌଡ଼ ଛେଣ୍ଡିଆ ସରପଞ୍ଚ ଶିବ ହାତୀ, ସମାଜସେବୀ ଶେଷ ଦେବ ପଣ୍ଡା ପ୍ରମୁଖ ଯୋଗଦାନ କରି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ ।
ଏବି ଅବସରରେ ଅତିଥିମାନେ ପ୍ରଥମେ ସ୍ୱାମୀ ଚିଦାନନ୍ଦଙ୍କ ଫଟୋ ଚିତ୍ରରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇଥିଲା । ପରେ ଛାତ୍ରୀ ଅନୁପମା ଲହଜଳ ଏବଂ ଜୁଲକା ବାଗଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଏହି କ୍ରୀଡା ପ୍ରତିଯୋଗିତାରେ ବାଳକ ବିଭାଗରେ କିଶୋର ହଂସ ଏବଂ ବାଳିକା ବିଭାଗରେ ସୀମା ନିଆଲ ଏବଂ ସାଂସ୍କୃତିକ ବିଭାଗରେ ଆରାଧନା ଯୋଶୀଙ୍କୁ ଚାମ୍ପିଅନ ଭାବରେ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ଜୟ କିଶନ ବେହେରା ,ଗିରିଧାରୀ ନାଗ ,ହିମାଂଶୁ ମୋହନ ସିଂ ,ସୁଧୀର ପଣ୍ଡା ଏବଂ ସୁବାଷ ଚନ୍ଦ୍ର ମେହେର ଏହି ଅବସରରେ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।