ବ୍ଲକସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଲେ ଲତିକା…

ବେଗୁନିଆପଡା, ୨୧/୧୨ (ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା ତରଫରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବେଗୁନିଆପଡା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ କୃତି ପ୍ରତିଯୋଗିଙ୍କୁ ପୁରସ୍କାର ସହ ଟ୍ରଫି ପ୍ରଦାନ କରିଥିଲେ । କ୍ରିକେଟ, ଫୁଟବଲ, ଭଲିବଲ, ଖୋଖୋ, କବାଡି ଆଦି ଖେଳରେ ବାଳକ ଓ ବାଳିକା ବିଭାଗରେ ପ୍ରତିଯୋଗିତା କରାଯାଇଥିଲା । ବିଜେତା ଦଳକୁ ୨୦ ହଜାର, ଉପ ବିଜେତା ଦଳକୁ ୧୫ ହଜାର ଏବଂ ଦୁଇ ଉପ ବିଜେତା ଦଳକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଏହି ବ୍ଲକର ୪୪, ୪୫ଓ ୪୬ ନଂ ଜୋନ ଓ କୋଦଳା ଏନ ଏ ସି ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।
ଆୟୋଜିତ ଉତ୍ସବରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ଅଧକ୍ଷା ପ୍ରତିନିଧି ଦୁର୍ଯେ୍ୟାଧନ ଗୌଡ଼, ବ୍ଲକ ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ବ୍ଲକ ବିଜେଡି ସଭାପତି ସିମାଂଚଳ ସାମଲ, ବ୍ଲକ ଯୁବ ବିଜେଡି ସଭାପତି ସତୀଶ ରଞ୍ଜନ ତାରିଣୀ, ଛାତ୍ର ବିଜେଡି ସଭାପତି କାହ୍ନ ଚରଣ ପଣ୍ଡା, ଜିପିଡିଓ ଅଶୋକ କୁମାର ଜେନାଙ୍କ ସମେତ ସମସ୍ତ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏଥିରେ ବିଜେତା ଦଳମାନେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ ।