ଓଡିଶା ମନୋରଞ୍ଜନ

କଞ୍ଚା ଲଙ୍କାରେ ମୁକ୍ତିଲାଭ କଲା ‘ବାରଙ୍ଗ ୧୯୯୯’…

ଭୁବନେଶ୍ୱର, ୨୧/୧୨ (ଅଭିଜିତ୍ ସିଂ) : ‘କଞ୍ଚା ଲଙ୍କା’ ର ନୂତନ ୱେବ୍ ସିରିଜ୍, ‘ବାରଙ୍ଗ ୧୯୯୯’ ସାରା ରାଜ୍ୟରେ ଚହଳ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି ମହାଗାଥାକୁ ନିଦେ୍ର୍ଦଶନା ଦେଇଛନ୍ତି ଯୁବ ନିଦେ୍ର୍ଦଶକ ଅଜୟ ପାଢ଼ୀ । ୭ ଏପିସୋଡ୍ ବିଶିଷ୍ଟ ଏହି ସିରିଜ୍ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ରାଜନୈତିକ ଚକ୍ରବ୍ୟୁହ ଏବଂ ନାରୀ ଶକ୍ତିର ରୂପରେଖକୁ ମଧ୍ୟ ଦର୍ଶାଇବ ।
ବାରଙ୍ଗ ୧୯୯୯ କେବଳ ଗୋଟେ ୱେବ୍ ସିରିଜ୍ ନୁହେଁ । ଏହା ନ୍ୟାୟ, ନାରୀ ଜାତିର ବର୍ଷ ବର୍ଷର ସଂଘର୍ଷ ଏବଂ ସଶକ୍ତିକରଣର ନିଚ୍ଛକ ପ୍ରତିଛବି । ଏହି ରାଜନୈତିକ କାହାଣୀର ମୂଳରେ ଅଛନ୍ତି ଅମ୍ରିତା ପାଢ଼ୀ ଏବଂ ସରକାରୀ ବ୍ୟବସ୍ଥା ସହିତ ତାଙ୍କର ଲଢେଇ ରହିଛି ଏହାର ପ୍ରମୁଖ ବିଷୟବସ୍ତୁ । ନିଜ ପରିବାର ଏବଂ ସରକାରୀ ବ୍ୟବସ୍ଥାର ଅନ୍ୟାୟ ସତ୍ତ୍ୱେ ମନରେ ଆଶା ଏବଂ ଦୃଢ ଆତ୍ମବିଶ୍ୱାସ ରଖି, ଅମ୍ରିତା ଅନବରତ ଲଢି ଚାଲନ୍ତି । ପୁରୁଷ ପ୍ରଧାନ ସମାଜରେ ଅମ୍ରିତା ସାଜନ୍ତି ଇଚ୍ଛାଶକ୍ତି ଏବଂ ସାହସର ପ୍ରତିଛବି କ୍ଷ ତାଙ୍କର ଏହି ଯାତ୍ରା କେବଳ ବ୍ୟକ୍ତିଗତ ନ ରହି ସାଜିଯାଏ ସାମାଜିକ ପରିବର୍ତ୍ତନର ସୂତ୍ର । ଓଡିଆ ସିନେମାରେ ନିକଟରେ ଚହଳ ସୃଷ୍ଟି କରିଥିବା ସୁପ୍ରିୟା ନାୟକ ଅମ୍ରିତା ଭୂମିକାରେ ଥିଲାବେଳେ, ପରଦାରେ ଦିଶିବେ ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଦୁଇ ଜଣ ଚମକôାର ଅଭିନେତା – ନିକଟରେ ମନୋନୀତ ଘଝଊ ଡିରେକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ (ସ୍ୟାକରେଡ୍ ଗେମ୍ସ, ଫାଣ୍ଟମ ଏବଂ ଶୁଭ୍ ମଙ୍ଗଲ୍ ସାବଧାନ) ଏବଂ ମହାରାଣୀ, ଜେଙ୍ଗାବୁରୁ ଏବଂ ୧୨ତମ ଫେଲ୍ ଇତ୍ୟାଦିରେ ଦର୍ଶକଙ୍କ ହୃଦୟ ଜିତି ଥିବା ସୁକୁମାର ଟୁଡୁ । ଏହା ବ୍ୟତୀତ ଚନ୍ଦନ ମହାନ୍ତି, ଅସିତ ପାତ୍ର, ନିଶାନ୍ତ ମଜିଠିଆ, ଭାସ୍ୱତୀ ବସୁ, କେପି, ସୋମେନ ପୂଜାରୀ, ଭୂପତି ତ୍ରିପାଠୀ ଏବଂ ଆହୁରି ଅନେକ ଓଡ଼ିଶାର ସୁନାମଧନ୍ୟ କଳାକାର ବାରଙ୍ଗରେ ଦିଶିବେ ।
ଏହି ମନୋରଞ୍ଜକ କାହାଣୀର ସ୍ରଷ୍ଟା ହେଉଛନ୍ତି ବର୍ଷୀୟାନ ସାମ୍ବାଦିକ ଦିଲୀପ ବିଷୋଇ, ଚିତ୍ରନାଟ୍ୟ ଲେଖୁଛନ୍ତି ସରୋଜ ମହାପାତ୍ର ଏବଂ ଦମଦାର ସଂଳାପରେ ସଜେଇଛନ୍ତି, ଯୁବ ସଂଳାପକାର ନିଶାନ୍ତ ମଜିଠିଆ । ମୁମ୍ବାଇରେ କାର୍ଯ୍ୟରତ ଡିରେକ୍ଟର ଅଫ ଫୋଟୋଗ୍ରାଫୀ, ଯୁଧିଷ୍ଠିର ବେହେରାଙ୍କ ଆକର୍ଷଣୀୟ ଚିତ୍ରତ୍ତୋଳନ ଏବଂ ରଶ୍ମୀ ରଞ୍ଜନଙ୍କ ନିଖୁଣ ସମ୍ପାଦନା ଏଥିରେ ଦେଖିବାକୁ ମିଳିବ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା